oom

ବିଜୟାନନ୍ଦ ଚିନିକଳ ସମ୍ମୁଖରେ ଭିଆଇପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଚିନିକଳ ପୁନଃ ପ୍ରଚଳନ ପାଇଁ ୨୨ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୭ବର୍ଷ ହେଲା ବନ୍ଦ ଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ ପ୍ରଚଳନ କରିବା ପାଇଁ ଗତ୧ରୁ ଚିନିକଳ ସମ୍ମୁଖରେ ଧରଣାରେ ବସିଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଶନିବାର ୨ଟା ସମୟରେ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଗଣତନ୍ତ୍ର ରାଷ୍ଟ୍ରରେ ଶୃଙ୍ଖଳିତ ଭାବେ ନ୍ୟାର୍ଯ୍ୟା ଦାବୀ କରିବା ପାଇଁ ଧାରଣା ଦେବା ପରେ ଦାବୀକୁ କେତେ ଯୁକ୍ତି ଯୁକ୍ତ ଚିନ୍ତା କରି ପୂରଣ ହୋଇଥାଏ । ଧାରଣା ମାଧ୍ୟମରେ ଦାବୀ କରିବାକୁ ହଜାର ହଜାର ଆଖୁଚାଷୀ, କର୍ମଚାରୀ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଚିନିକଳରୁ ଚଳୁଥିବା ସାଧାରଣ ଲୋକଙ୍କ ସମର୍ଥନ ଅଛି । ନିଶ୍ଚିତ ଭାବେ ପୂରଣ ହେବ ହୁଏତ ବିଳମ୍ବ ହୋଇପାରେ ବୋଲି କହିଛନ୍ତି । ଧାରଣା ମାଧ୍ୟମରେ ଆସନ୍ତା ୨୨ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସୁଥିବାରୁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ଅନୁରୋଧ କରାଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ଧାରଣାରେ ଶତାଧିକ ଲୋକ ସାମିଲ ହେବାକୁଥିବା ବେଳେ ବାଇକରେ ବଲାଙ୍ଗିର ଆରଟିଓ ଅଫିସ ଛକ ପର୍ଯ୍ୟନ୍ତ ଯିବା ପରେ ଚାଲି ଚାଲି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦ ଥିବା ଚିନିକଳକୁ ଚଲାଇ ହଜାର ହଜାର ପରିବାରକୁ କର୍ମନିଯୁକ୍ତି ଦେବାକୁ ଅନୁରୋଧ କରିବୁ । ଯେତେ ଦିନ ପର୍ଯ୍ୟନ୍ତ ଚିନିକଳ ଚଳିବା ନେଇ ନିର୍ଭର ପ୍ରତିଶୃତି ନ ମିଲିବ ଧାରଣା ଜାରି ରହିବ ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଡ. ବିପିନ କୁଶଲିଆ କହିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଭିଲେଜର୍ସ ଇଣ୍ଡିଆ ପାର୍ଟି, ଆଦିବାସୀ ଅଧିକାର ସଂଘ, ଚିନିକଳ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ସେବା ସଂଘ ପକ୍ଷରୁ ନେତୃତ୍ୱ ନେଉଥିବା କର୍ମକର୍ତ୍ତା ଓ ଚାଷୀମାନେ ଯୋଗଦେଇଥିଲେ ।
ସୂଚନା ଯୋଗ୍ୟ ଯେ, ଗତ ୧ତାରିଖ ଠାରୁ ଦେଓଗାଁ ଚିନିକଳ ସମ୍ମୁଖରେ ପ୍ରତିଦିନ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୟ ଓ ଆଦିବାସୀ ଅଧିକାର ସଂଘ, ଚିନିକଳ କର୍ମଚାରୀ ସଂଘ, ପଶ୍ଚିମ ଓଡ଼ିଶା ସେବା ସଂଘ ସହଯୋଗରେ ଧାରଣା ଜାରି ରହିଛି । ବିଭିନ୍ନ ସମୟରେ ଧାରଣା ସ୍ତଳକୁ ଆସି ଶିକ୍ଷାବିଦ, ବୁଦ୍ଧିଜୀବୀମାନେ ମାନସିକ ସମର୍ଥନ ଦେଇ ଆସୁଛନ୍ତି ।

jittmm
Leave A Reply

Your email address will not be published.