oom

ହାତୀସରା ଦଶମ ବାର୍ଷିକ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ଗାଁର ମାଉସୀ ମନ୍ଦିର ସମ୍ମୁଖରେ ଗତ ବୁଧବାର ରାତିରେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ପାଳନ କରି ଚଳିତ ବର୍ଷ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାର୍କଣ୍ଡ ମେହେର ସଭାପତିତ୍ୱ କରିଥିବା ବେଳେ ଗତ ବର୍ଷ ହୋଇଥିବା ପୂଜା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ପରେ ଚଳିତ ବର୍ଷ ପୂଜାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପ୍ରଫୁଲ୍ଲ ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବିଜୟ ମେହେର, ସେହିପରି ସଂପାଦକ ଭାବେ ବିକ୍ରମ ସାହୁ, ସହସଂପାଦକ-ପିଣ୍ଟୁ ଭୋଇ ଓ କୋଷାଧ୍ୟକ୍ଷ ଭାବେ ନରେଶ ବକୁଲଙ୍କୁ ଚୟନ କରାଯାଇଥିଲା । ସେହିପରି କମିଟିର ସଭ୍ୟ ଭାବେ ଭରତ ସାହୁ, ମକରଧ୍ୱଜ ମେହେର, ବେଲାରସେନ ଗଡ଼ତ୍ୟା, କୁନୁ ଗହୀର, ନାରାୟଣ ରାଉତ ଓ ସଞ୍ଜୟ ମେହେରଙ୍କୁ ଚୟନ କରାଯାଇଥିଲା । ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଧାରିତ ଗାଇଡ଼ ଲାଇନ ଅନୁସାରେ ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

jittmm
Leave A Reply

Your email address will not be published.