jsm

ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଂଜଳି ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ସାଂବାଦିକ, ରାଜନୈତିକ, ସାମାଜିକ ସଂଗଠକ ତଥା ବୁଦ୍ଧିଜୀବୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗ ସମଗ୍ରକୋସଲାଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଗାନ୍ଧୀବାଦୀ ବିଚାରଧାରାର ଏକ ମୂର୍ତ୍ତର୍ିର୍ିମନ୍ତ ପ୍ରତୀକ ଶ୍ରୀ ନନ୍ଦ ଦୀର୍ଘ ଦିନ ଧରି କୋସଲ ଆନ୍ଦୋଳନ ସହ ସଂଶ୍ଲିଷ୍ଟ ଥିଲେ । ବୁର୍ଲାଡାକ୍ତରଖାନା ଆନ୍ଦୋଳନ ହେଉ କି ହାଇକୋର୍ଟ ବେଂଚ୍‌ ଆନ୍ଦୋଳନ ହେଉ ସେ କୋସଲାଂଚଳର ପ୍ରାୟତଃ ସବୁ ମାନବବାଦୀ ଆନ୍ଦୋଳନ ସହ ସଂଶ୍ଲିଷ୍ଟ ଥିଲେ । ଏକ ନିର୍ଦ୍ଧିଷ୍ଟ ବିଚାରଧାରାର ଅନୁଗାମୀ ହୋଇଥିଲେ ମଧ୍ୟ ସମାଜର ସବୁସ୍ତରର ବ୍ୟକ୍ତି ଓ ରାଜନୈତିକ ଗୋଷ୍ଠୀ ସହ ମଧୁର ସଂପର୍କ ରଖିବା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ଥିଲା । ତାଙ୍କ ବିୟୋଗରେ କୋସଲାଂଚଳ ଜଣେ ମୁରବୀ, ଜଣେ ମାନବବାଦୀ ଦରଦୀ ମଣିଷଙ୍କୁ ହରାଇଲା ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟି ତରଫରୁ ମତ ପ୍ରକାଶ କରାଯାଇଛି । ଗତକାଲି ଶ୍ରୀ ନନ୍ଦଙ୍କ ବିୟୋଗ ସମାଚାର ଆସିଲା ମାତ୍ରେ କେନ୍ଦ୍ରୀୟ କାର୍ଯ୍ୟାଳୟର ପତାକା ଅବନତ କରିବା ସହ ଆଜି ବରଗଡ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟ ଓ ବଲାଙ୍ଗିର ସ୍ଥିତ କେନ୍ଦ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟଠାରେ ଶୋକସଭାରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ଉପାଧ୍ୟକ୍ଷ ମନୋରଂଜନ ସାହୁ, ସାଧାରଣସଂପାଦକ ବିଭୁଦତ୍ତମିଶ୍ର, ଜୋନାଲ ସଂଯୋଜକ ଶରତ କୁମାର ହୋତା, ଆଇନଜୀବୀ ପ୍ରସନ୍ନ ନେଗୀ, କର୍ମଚାରୀ ନେତା ବିଭୂତି ଶଙ୍କର ବିନ୍ଧାଣୀ, ଆଇନଜୀବୀ ପ୍ରଭାସ ମିଶ୍ର, ଭରତ ଚନ୍ଦ୍ର ପୃଷ୍ଟି, ବରିଷ୍ଠ କୋସଲବାଦୀ ନେତା ଅବଦୁଲ ଜମାଲ ଖାଁ ପ୍ରମୁଖ ସ୍ୱର୍ଗତ ନନ୍ଦଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ବରଗଡ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ମୃତିସଭାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି କେଦାର ମିଶ୍ର, କେନ୍ଦ୍ରୀୟ କୋଷାଧକ୍ଷ ପ୍ରମୋଦ ଝାଂକର, କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନୀଲ ପୁରୋହିତ, ଜିଲ୍ଲା କୋଷାଧକ୍ଷ ଭରତ ଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ପଣ୍ଡା ଆଦି ସ୍ୱର୍ଗତ ନନ୍ଦଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.