ସୌମେନ୍ଦ୍ର କୁମାର ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସଭା ଗୃହରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଓ ଉପନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ମିଶ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଉପସ୍ଥିତ ରହି ତାଙ୍କ କାର୍ଯ୍ୟକଳାପର ଭୂୟସି ପ୍ରଶଂସା କରିଥିଲେ । ସେ ସମସ୍ତ କର୍ମଚାରୀ ମାନଙ୍କୁ ନିଜ ପରିବାରର ଏକ ସଦସ୍ୟ ରୂପେ ଗ୍ରହଣ କରି ସମସ୍ତଙ୍କୁ ଉଚିତ ପରାମର୍ଶ ଓ ଦିଗଦର୍ଶନ ଦେଇ ଆସୁଥିଲେ । ଅବସର କାଳୀନ ବକ୍ତବ୍ୟରେ ସେ ବଲାଙ୍ଗିର ଜିଲ୍ଲାର ଉନ୍ନତି ସକାଶେ ସମସ୍ତେ ମିଳିମିଶି କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଏଠାରେ ନୂତନ ଭାବରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ବିଜୟ ମୋହନରାଜ ହିଆଲ ଯୋଗଦାନ କରିଛନ୍ତି ।ପୁର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଓ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ମିଶ୍ର ଓ ବିଜୟ ମୋହନରାଜ ହିଆଲ ମହୋଦୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.