oom

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘ ପକ୍ଷରୁ ମନୁ ଦାସଙ୍କ ବିୟୋଗରେ ଶୋକସଭା

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋଷାଣୀ ନୂଆଗାଁସ୍ଥିତ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ର ଠାରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଉପସଭାପତି, ପୂର୍ବତନ କାଉନସିଲର, ସମାଜସେବୀ ମନୋରଞ୍ଜନ ଦାଶଙ୍କ ବିୟୋଗରେ ଏକ ଶୋକସଭା ସଂଗଠନର କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଭାରୋତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ, ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାହୁ, ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଯଜ୍ଞନାରାୟଣ ନନ୍ଦ, ବ୍ରହ୍ମପରୁ ଷ୍ଟାଡିୟମ କୋଚ୍‌ ସୀତା ଜେନା, ଆନନ୍ଦ ଗୌଡ଼, ରାଜେନ୍ଦ୍ର ମହାପାତ୍ର, ସୁଧୀର କୁମାର ପାତ୍ର, ଜଗନ୍ନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ପାଢ଼ୀ, ଜନାର୍ଦ୍ଦନ ସାହୁ, ମନୋରଞ୍ଜନ ଦଳାଇ, ହାଡ଼ୁ ଦାଶ, ଶୂନ୍ୟଚନ୍ଦ୍ର ଦାଶ, ମଳୟ ବିଷୋୟୀ, ମନୋରଞ୍ଜନ ଦାଶ ପ୍ରମୁଖ ସ୍ୱର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ଗଞ୍ଜାମରେ ଭାରୋତ୍ତୋଳନ ସଂଘକୁ କ୍ରୀୟାଶୀଳ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ କହିଥିଲେ । ପ୍ରଥମେ ଜିଲ୍ଲା ସଂଘର ସମ୍ପାଦକ ଗାଗାରିନ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ବ୍ୟାୟାମ କେନ୍ଦ୍ରର କ୍ରୀଡ଼ାବିତ୍‌ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.