ବେଲପଡା ବନ ଦୂର୍ଗା ସେଣ୍ଟ୍ରାଲ ନର୍ସରୀଠାରେ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

  • ସାମ୍ବାଦିକତାର ମୁଲ୍ୟବୋଧ କିପରି ଭାବରେ ସାମ୍ବାଦିକର ପରିଚୟ ସୃଷ୍ଟି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବନଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ସଂଘ ସଂପାଦକ ବିମଳ କୁମାର ବାଗ ବାର୍ଷିକ ବିବରଣୀ ପଠନ କରିବା ସହ ସଂଘର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ଦିଲିପ୍ କୁମାର ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସାମ୍ବାଦିକତାର ମୂଲ୍ୟବୋଧ କିପରି ଭାବରେ ସାମ୍ବାଦିକର ପରିଚୟ ସୃଷ୍ଟି ହୋଇ ପାରିବ ସେ ନେଇ ଦୃଷ୍ଟି ଦେଇ ଖବର ସଂଗ୍ରହ ଓ ପରିବେଷଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଂଘରେ ନୂତନ ଭାବେ ସାମିଲ କରାଯାଇଥିବା ସାମ୍ବାଦିକ ମାନଙ୍କୁ ସଂଘର ନିୟମାବଳୀ ସମ୍ପର୍କରେ ପଂଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ପରେ ପ୍ରସ୍ତାବିତ ଆଲୋଚନାରେ ସଂଘର କୋଷାଧ୍ୟକ୍ଷ ପ୍ରତ୍ୟୁଷ ରଞ୍ଜନ ଖମାରୀ ଦାୟିତ୍ଵ ତୁଲାଇନପାରିବାରୁ ସଂଘର ଅନ୍ୟତମ ସଦସ୍ୟ ଘନ ଭୋଇଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଛି । ନୂତନ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟ ଲାବଣ୍ୟ ପୁରୋହିତ, ପାଣ୍ଡବ ବରିହା, ସନ୍ୟାସୀ ନାଏକ ପ୍ରମୁଖ ସଭ୍ୟପଦ ଗ୍ରହଣ କରିଥିଲେ । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା, ଉପଦେଷ୍ଟା ଜଗଦୀଶ ଭୋଇ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ନଟବର ମହାନନ୍ଦ, ଚନ୍ଦ୍ରଶେଖର ବରିହା, ଲଲିତ ମଲିକ, ଦୂର୍ଯ୍ୟୋଧନ ବର୍ଗେ, ଘନ ଭୋଇ, ଭୋଜରାଜ ଦଣ୍ଡସେନା, ନରୋତ୍ତମ ପଣ୍ଡା, ଶେଷଦେବ ସିଂ, ଗୁଣନିଧି ପୁଟେଲ, କିଶୋର ସାହୁ ପ୍ରମୁଖଙ୍କ ସମେତ ସଂଘର ସମସ୍ତ ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଦିଲିପ୍ କୁମାର ଭୋଇ ପରିଚାଳନା କରିଥିବା ବେଳେ, ସଂପାଦକ ବିମଳ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.