lika

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କରୋନା ଆରୋଗ୍ୟ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଅଶୋକ କୁମାର ମିଶ୍ର ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାରରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଶ୍ରୀ ମିଶ୍ର ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନରେ ରହି ଚିକିତ୍ସା ପରେ କରୋନାମୁକ୍ତ ହୋଇଥିଲେ । ପ୍ଲାଜ୍‌ମା ଦାନ ଭଳି ତାଙ୍କ ମହତ୍‌ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ରଙ୍କୁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଗୁରୁତର କରୋନା ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ପ୍ଲାଜ୍‌ମା ପଦ୍ଧତି ଏକ ସଫଳ ପ୍ରୟୋଗ ହୋଇଥିବାରୁ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ମିଶ୍ର କରୋନା ଆରୋଗ ଯୁବ ସମାଜ ତଥା ସହକର୍ମୀଙ୍କୁ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି । ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ଶ୍ରୀ ମିଶ୍ର ସ୍ୱେଚ୍ଛାକୃତ ପ୍ଲାଜ୍‌ମା ଦାନ କରିଥିବାରୁ ଜିଲ୍ଲା ପ୍ରଶାସନ ତଥା ଏ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ଶ୍ରୀ ମିଶ୍ରଙ୍କ ମହତ୍‌ କାମ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ମତପ୍ରକାଶ ପାଇଛି ।

sandip
Leave A Reply

Your email address will not be published.