ୟୁଜି ୩ ପରୀକ୍ଷା ଅନ୍‌ଲାଇନ୍‌ରେ ଦେବାକୁ କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସମ୍ପ୍ରତି କରୋନାର ଭୟାଭୟତା ଥମିନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଭୟ କରୁଛନ୍ତି । ଯାହାକୁ ନେଇ ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗଂଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦଙ୍କ ଜରିଆରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟକୁ ଅଧିକାଂଶ ଛାତ୍ରଛାତ୍ରୀ ପୁରୀ ଓ ଖୋର୍ଦ୍ଧା ଆସୁଥିବାରୁ ଖୋର୍ଦ୍ଧା ଜିଲ୍ଲାରେ କରୋନା ମାହାମାରୀର ଭୟ ରହିଛି । ସଂକ୍ରମିତ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କଲେଜକୁ ପରୀକ୍ଷା ଦେବାକୁ ଆସିଲେ ସୁପର ସ୍ପ୍ରେଡ଼ର ଭୟ ରହୁଛି । ସମ୍ପ୍ରତି ଅଧିକାଂଶ କଲେଜରେ ୪ର୍ଥ ସେମିଷ୍ଟାରର ପାଠପଢ଼ା ଆରମ୍ଭ ହେଲାଣି ୩ୟ ସେମିଷ୍ଟାର ପରୀକ୍ଷା ଦେବା ପରେ ଚତୁର୍ଥ ସେମିଷ୍ଟାର ମନେରଖି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ଅନ୍ୟପଟେ ଅଧିକାଂଶ ଛାତ୍ରଛାତ୍ରୀ କୋଭିଡର ଡବଲ ଡୋଜ୍‌ ନେଇ ନଥିବାରୁ କରୋନା ବ୍ୟାପିବାର ଭୟ ରହିବା ସହ ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଛାତ୍ରଛାତ୍ରୀ ମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ମାନସ ରଞ୍ଜନ ସ୍ବାଇଁଙ୍କ ସହ ଔରୋ ଆଶିଷ ମହାରଣା, ଆୟୁଷ କୁମାର ସାହୁ, ଆଶୁତୋଷ ବାରିକି, ସୌମ୍ୟ ରଞ୍ଜନ ପଣ୍ଡା, ସ୍ଵାଧୀନ କୁମାର ପାହାନ, ଲିପୁ ସାହୁ, ଚିରଞ୍ଜିବି ଛଟେଇ, ଶିବ ପ୍ରଧାନ, ଆଲୋକ ନାହାକ, ରାଜା ସାହୁ, ଅଜୟ କୁମାର ଗୌଡ଼, ଆଶୁତୋଷ ନାଥ, ସମୀର ମହାରଣା, ସୋବନ୍ ନାୟକ, ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ, ଶିଶିର କୁମାର ପ୍ରଧାନ, ସୁନିଲ କୁମାର ବେହେରା, ଶୁଭ୍ରାଂଶୁ ଗୌଡ଼, ରୁଦ୍ର ପ୍ରସାଦ ପଲାଇ, ରାକେଶ କୁମାର ଜେନା, ସୂର୍ଯ୍ୟ ନାରାୟଣ ବାରିକ, ଦେଭି ପ୍ରସାଦ ମହାପାତ୍ର, ବିକାଶ ମହାନ୍ତି, ରବୀନ୍ଦ୍ର ରେଡ୍ଡୀ, ଉତ୍କଣ୍ଠା ପ୍ରିୟଦର୍ଶନୀ ରେଡ୍ଡୀ, ମୌସୁମୀ ଆଚର୍ଯ୍ୟ, ମଧୁସ୍ମିତା ମହାଙ୍କୁଡ, ସୋନାଲି ସାହୁ, ରେସ୍ମାରୋଜାଳୀନ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.