jsm

ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ଧାରଣା

csstore

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଜି ଟ୍ରାକ୍ଟର ପରିବହନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଏକ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ତେଲ ନଦୀ ବାଲିଘାଟ ଉପରୁ ରହିତାଦେଶ ଉଚ୍ଛେଦ, ତେଲ ନଦୀର ଦ୍ୱିତୀୟ ବାଲିଘାଟ ଠିକା ନିଲାମ, ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ମନମୁଖୀ ତଥା ବେଆଇନ ରାଜସ୍ୱ ଆଦାୟ ବନ୍ଦ ସହ ସମସ୍ତ ନିର୍ମାଣ କାର୍ୟ୍ୟ ପାଇଁ ବାଲି, ପଥର, ଇଟା, ମୋରୁମ୍ ଓ ମାଟି ପରିବହନର ସହଜ ସୁଯୋଗ ପରି ୬ଦଫା ଦାବୀପତ୍ରକୁ ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ସୁବର୍ଣ୍ଣପୁର ଟ୍ରାକ୍ଟର ସଂଘର ସଭାପତି ଶିବ ନାରାୟଣ ବହିଦାରଙ୍କ ନେତୃତ୍ୱରେ ସଂଘର ଦେଢ ଶହରୁ ଅଧିକ ଟ୍ରାକ୍ଟର ମାଲିକ ନିଜ ନିଜର ଟ୍ରାକ୍ଟର ଓ ଡ୍ରାଇଭରଙ୍କୁ ଧରି ଏହି ଆନ୍ଦୋଳନ କରିଥିବା ବେଳେ ପରିବହନ ସମସ୍ୟାକୁ ନେଇ ପ୍ରଶାସନ ବିରୋଧୀ ନାରାବାଜି କରିଥିଲେ । ତୁରନ୍ତ ଦାବୀ ପୂରଣ ନହେଲେ ସୁବର୍ଣ୍ଣପୁରରେ ସରକାରୀ ନିର୍ମାଣ କାର୍ୟ୍ୟକୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

yuvodaya
Leave A Reply

Your email address will not be published.