ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକର ରୁଗୁଡ଼ିମୁଣ୍ଡା ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପ୍ରସୂତୀ, ଗର୍ଭବତୀ, କିଶୋରୀ ମାନଙ୍କୁ ସ୍ତନ୍ୟପାନର ମହତ୍ଵ, କଷକ୍ଷୀରର ମହତ୍ଵ, କରେନା ପାଇଁ ନିୟମ ବାରମ୍ଵାର ସାବୁନରେ ହାତ ଧୋଇବା ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଟୀକାକରଣ ସଂପର୍କରେ ଅବଗତ କରାଯାଇଥିଲା । ଅଙ୍ଗନୱାଡି ତନୁଜା ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିକଳ୍ପ କଣ୍ଟାବାଞ୍ଜିର ସୁଧାଂଶୁ ଶେଖର ନାଗ ପରିଚାଳନା କରି ପ୍ରଶ୍ନେ।ତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସଠିକ୍ ଉତ୍ତର ଦାତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଶାକର୍ମୀ ଗୁଲାପୀ କନ୍‌ହାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.