jsm

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓଙ୍କ କାର୍ଯ୍ୟାଳୟର କିରାଣୀ

csstore

ନୂଆପଡ଼ା : ନୂଆପଡା ସିଡିପିଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ପ୍ରତିମା ରାଣୀ ଦାସ ଆଜି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରି ନିୟମିତ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ । ତେବେ ପ୍ରତିମାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ ହୋଇଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାନୀଙ୍କ ନେତୃତ୍ୱରେ ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ନୂଆପଡ଼ା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କଳାହାଣ୍ଡି ଜିଲ୍ଲା ଡିଏସପି ସତ୍ୟବାନ ମହାନନ୍ଦ ପ୍ରମୁଖ ଏହି ଚଢଉ ଟିମରେ ସାମିଲ୍ ଥିଲେ ।

yuvodaya
Leave A Reply

Your email address will not be published.