ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ୍‌ ଗଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୁଣି ଜଣେ ଗଞ୍ଜେଇ ଚାଲାଣକାରୀକୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜଗଦଲପୁର ଥାନା ସୂତ୍ରରୁ ପ୍ରକାଶ ଯେ, ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ, ଏଏସଆଇ ପ୍ରଦୀପ ପାଣି, ଏଏସଆଇ ସତ୍ୟାନନ୍ଦ ଭୁଏ, ହାବିଲଦାର ଜିତେନ୍ଦ୍ର ଦାଶ, ବ୍ୟାସଦେବ ସାହୁ, ପ୍ରଶାନ୍ତ ପଢ଼ିଆମୀ ଓ କର୍ମଚାରୀ ପେଟ୍ରୋଲିଂ ସାରି ଫେରୁଥିବା ରାସ୍ତାରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଧଉରାଭଟା ଛକ ରାସ୍ତା ନିକଟରେ ଏକ ନମ୍ବର ବିହୀନ ପଲସର ଦ୍ରୁତଗତିରେ ଆସୁ ଥିବାର ଲକ୍ଷ କରି ଏହାକୁ ପିଛା କରି ତାକୁ କାବୁ କରି ଧରି ଥିଲେ । ଅଟକାଇ ଯାଂଚ କରିବାରୁ ୨୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଥିବା ଜାଣି ପାରିଥିଲେ । ତାକୁ ପଚରାଉଚରା କରିବା ବେଳେ ଉକ୍ତ ଗଞ୍ଜେଇ ଫୁଲବାଣୀ ଅଞ୍ଚଳରୁ ଆଣି ଛତିଶଗଡ଼ ରାଜ୍ୟ ବଲୋଦା ବଜାରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା । ଏକ ମୋବାଇଲ ଓ ୫୦୦ ଟଙ୍କା ମଧ୍ୟ ପୋଲିସ ଜବତ କରିଛନ୍ତି । ବଲୋଦା ବଜାର ଅଞ୍ଚଳର ଧନୁ ଭଟ ବୋଲି ସେ କହିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଷେ୍‌ଷ୍ଟସନ କେସ୍‌ ନଂ 101 /2021 u/s 20(b)(ii)(c) NDPSAc ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀଭଗତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!