ସୁନାମଧନ୍ୟ ଚାଷୀଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦମାମୁଁଣ୍ଡା ଗାଁର ଗଉନ୍ତିଆ ତଥା ଏ ଅଞ୍ଚଳର ସୁନାମଧନ୍ୟ ଚାଷୀ କମ୍ଭୁପାଣି ପ୍ରଧାନଙ୍କ ବୁଧବାର ଭୋର ୬.୨୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ପୂର୍ବତନ କଣ୍ଟାମାଲ ବ୍ଲକ ଅଧକ୍ଷ ହରିନାରାୟଣ ପ୍ରଧାନ ଓ ଶଙ୍କର୍ଷଣ ପ୍ରଧାନଙ୍କ କାକା । ଜଣେ ମେଲାପି ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ମନମୁଣ୍ଡା ଅଞ୍ଚଳରେ ବେଶ ପରିଚିତ ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ସଜ୍ଜା ନିକଟରେ ତାଙ୍କର ବଡ଼ପୁଅ ଶିବନାରାୟଣ, ପଞ୍ଚାନନ, ରୁଦ୍ରନାରାୟଣ ଓ ସୁଜିତ ଉପସ୍ଥିତ ଥିବା ବେଳେ ଝିଅ, ଜ୍ୱାଇଁ ଓ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଦମାମୁଣ୍ଡା ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.