om academy

ରଜାପଡା ଅଙ୍ଗନବାଡ଼ି ସେଣ୍ଟରଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ପଦ୍ମପୁର ସ୍ଥିତ ରଜାପଡା ଅଙ୍ଗନବାଡ଼ି ସେଣ୍ଟରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା. ତହସିଲ ସାହୁ, ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଦିତି ପୁରୋହିତ, ବିଶ୍ୱଲୟା ସାହୁ ଓ ମିନତୀ ସାହୁ ଯୋଗଦାନ କରି ସ୍ତନ୍ୟପାନର ଗୁରୁତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି, ସୁପରଭାଇଜର ତିଲୋତାମା ଦାସ, ପଦ୍ମପୁର ଏନଏସିର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ଯୋଗ ଦେଇଥିଲେ । ସଭା ଶେଷରେ ଏକ ସଚେତନ ରାଲି ରଜାପଡା ସ୍କୁଲରୁ ବାହାରି ସମଗ୍ର ରଜାପଡା ଅଞ୍ଚଳରେ ପରିକ୍ରମା କରିଥିଲେ ।

Leave A Reply

Your email address will not be published.

12 + nineteen =