ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ : କାଦୋପଡାବାସୀଙ୍କ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ କର୍ମ ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ପାଟଣାଗଡ଼ ସହରର ବିଭିନ୍ନ ପଡା ଓ ୱ।ଡ଼ ଗୁଡ଼ିକରେ ନିର୍ମିତ ହେଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ସହରି ଦିନ ମଜୁରିଆ ଗରିବ ପରିବାରଙ୍କୁ ନିଯୁକ୍ତି ଦେଇ ରମାଇ ହାଇସ୍କୁଲ ଓ ନେତାଜୀ ବ୍ଳକ ପରିସର ମଧ୍ୟରେ ତିଆରି କରାଯାଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ କାର୍ଯ୍ୟ ଯାହାକି ଅତି ନିମ୍ନ ମାନର ଓ ଗେଟି, ସିମେଣ୍ଟ, ବାଲି ଇତ୍ୟାଦି ସାମଗ୍ରୀ ପ୍ରୋପସନକୁ ଠିକ୍ ଭାବରେ ହୋଇନଥିବା ଓ କାର୍ଯ୍ୟ ଯାଞ୍ଚ କରାଯିବା ପାଇଁ କାଦୋପଡାବାସୀ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ନିର୍ମାଣ ସଂସ୍ଥାକୁ ପ୍ରଶାସନ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନିମ୍ନ ମାନର କାର୍ଯ୍ୟର ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କାଦୋପଡାବାସୀ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଛନ୍ତି । ଯେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟର ତଦାରଖ କରାନଯାଏ ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଏନ୍‌ଏସି କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ପଚରାଇବାରୁ ସହରରେ ୭୫ ଗୋଟି କାମ ଚାଲିଛି ଏବଂ କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱରେ ଯନ୍ନ୍ରୀ ମାନେ ଯାଞ୍ଚ୍ କରିବା ପରେ ଜଣାପଡ଼ିବ ବୋଲି କହିଛନ୍ତି । ଭୋଜ ରାଜ, ରାଜେନ୍ଦ୍ର ବର୍ଗତ୍ତି, ସନ୍ୟାସୀ ହଂସ, ବିରେନ୍ଦ୍ର କୁମାର ମେହେର, ସାଧୁ ବାଗ, ରମେଶ ମହାକୁର, ଭଗବାନ ବନଛୋର, ବଲରାମ ବାଗ, ଅରୁଣ ସେଠ, ଲକ୍ଷ୍ମୀକାନ୍ତ ପାତ୍ର, କାହ୍ନୁ ବର୍ଗତ୍ତି ପ୍ରମୁଖ ଧାରଣା ଦେଇଥିଲେ ।

Leave A Reply

Your email address will not be published.

eighteen − 11 =