csstore

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କର ଆଜି ସକାଳେ ଭୁବନେଶ୍ୱରରେ ପରଲୋକ ହେଇଯାଇଛି । ତାଙ୍କ ମୃତ୍ୟୁରେ ବିଜେପି ମହଲରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଗତ କିଛି ବର୍ଷ ଧରି ସେ ବିଜେପିର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ରହି ବିଜେପିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତତ୍‌ ସହିତ ସେ ମ.ରାମପୁର ବ୍ୟବସାୟୀ ସଂଘର ସଭାପତି, ଦୀର୍ଘ ବର୍ଷ ଧରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟୀର ବିଭିନ୍ନ ପଦପଦବୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଏକଲ ଅଭିଯାନ, ବନବାସୀ କଲ୍ୟାଣ ଆଶ୍ରମ ଭଳି ବିଭିନ୍ନ ସଂଗଠନ ସହିତ ଓତପ୍ରୋତଃ ଭାବରେ ଯୋଡ଼ି ହୋଇ ରହିଥିଲେ । ତେବେ ସେ ଗତ ମାର୍ଚ୍ଚ ମାସରୁ ଚିକିତ୍ସିତ ହେଉଥ୍‌ିବା ବେଳେ ଆଜି ସକାଳେ ତାଙ୍କ ବିୟୋଗ ଘଟିଛି । ତାଙ୍କ ବିୟୋଗରେ କଳାହାଣ୍ଡି ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ସଂଘ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହିତ ସେ ଜଡ଼ିତ ଥିବା ସମସ୍ତ ସଂଗଠନ ସମେତ ମ.ରାମପୁରରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.