csstore

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ”ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ୍‌ ପାଠକୀୟ ସ୍ୱୀକୃତି ଲାଭ କରିଛି । ୨୦୧୮ ମସିହାରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ ସମସ୍ୟା ଓ ସମାଧାନ, କୃଷକମାନଙ୍କୁ ନେଇ ଆଲୋଚନାଚକ୍ର, ବିଭିନ୍ନ କୃଷି ଗବେଷକମାନଙ୍କର ଉପାଦେୟ ସ୍ତମ୍ଭ ପ୍ରକାଶିତ ହୋଇ କୃଷି ଆନ୍ଦୋଳନକୁ ଦ୍ୱିଗୁଣିତ କରିଛି ଏହାର ସ୍ୱୀକୃତି ସ୍ୱରୂପ ଏହି ପତ୍ରିକା କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । ପତ୍ରିକାର ମୁଖ୍ୟ ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ଜରିଆରେ ଓଡ଼ିଶାର କୃଷି, କୃଷକମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ, ଶିକ୍ଷା, ସରକାରୀ ଯୋଜନା, ଗବେଷଣା, ଆଧୁନିକ ପର୍ଯ୍ୟାୟରେ କୃଷି କାର୍ଯ୍ୟକୁ ଆମ ରାଜ୍ୟରେ ଅଧିକ ତ୍ୱରାନ୍ୱିତ କରି ହେବା ସହ ଚାଷୀର ମାନଦଣ୍ଡକୁ ବଢାଇହେବାକୁ ଆଶା ବାନ୍ଧିଛନ୍ତି ।

jayashree
Leave A Reply

Your email address will not be published.