pakka

ଟାଇଗର ଶ୍ରଫଙ୍କ ଗୀତ ‘ବନ୍ଦେ ମାତରମ୍ : ଆସନ୍ତା ୧୦ ଅଗଷ୍ଟରେ ରିଲିଜ ହେବ

ମୁମ୍ବାଇ : ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ । ତାଙ୍କ ଅଭିନୟ କରିବାର ଷ୍ଟାଇଲ ଅନ୍ୟ ଅଭିନେତା ମାନଙ୍କ ଠାରୁ ବେଶ୍‌ ଅଲଗା ରହିଥାଏ । ତାଙ୍କ ସିସ୍‌ପେକ୍‌କୁ ଦେଖି ଦର୍ଶକ ମାନେ ଚକିତ ହୋଇ ରହିଯାଆନ୍ତି । ଏବେ କିନ୍ତୁ ଟାଇଗର ଅଭିନୟ ଜଗତରେ ପାଦ ଦେବା ସହିତ ସଂଗୀତ ଜଗତରେ ମଧ୍ୟ ପାଦ ଥାପିଛନ୍ତି । ତେବେ ଟାଇଗର ଗାଇ ଥିବା ନୂଆ ଗୀତଟା ଦେଶାତ୍ମବୋଧକ ଉପରେ ରହିଥିବା ବେଳେ ଗୀତଟାର ନାମ ହେଉଛି ‘ବନ୍ଦେ ମାତରମ୍’ । ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରିଛନ୍ତି । ଯେଉଁଥିରେ କି ଟାଇଗରଙ୍କ ସ୍ୱରରେ ବନ୍ଦେ ମାତରମ ଗୀତ ଶୁଣାଯାଉଛି, ଯାହା ହୃଦୟସ୍ପର୍ଶୀ ରହିଥିବା ବେଳେ ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ସେ ଏଭଳି ଗୀତ ଗାଇବାକୁ ପ୍ରାୟସ କରିଛନ୍ତି । ସେ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ନିଜର ପ୍ରଥମ ସିଙ୍ଗଲ ଗୀତ ବନ୍ଦେ ମାତରମ ଶେଆର୍ କରିବା ସହ ଉତ୍ସାହିତ ଏବଂ ନର୍ଭସ ମଧ୍ୟ ଲାଗୁଛି । ବନ୍ଦେ ମାତରମ କେବଳ ଏକ ଗୀତ ନୁହେଁ, ଏହା ଏକ ଭାବନା ଯାହା ଦ୍ୱାରା ଭାରତର ସ୍ୱତନ୍ତ୍ରତାକୁ ମନେ ପକାଯାଏ । ୧୦ ଅଗଷ୍ଟରେ ଏହି ଗୀତ ରିଲିଜ ହେବ ।

Leave A Reply

Your email address will not be published.

7 + 16 =