oom

ପ୍ରାଦେଶିକ ସଭା ଅନୁଷ୍ଠିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପଶ୍ଚିମ ଓଡିଶାର ପ୍ରାଦେଶିକ ସ୍ତରୀୟ ସାଙ୍ଗଠନିକ ସଭା ଗତକାଲି ଅପରାହ୍ନ ୪ ରୁ ୫ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ତ୍ରିଲୋଚନ ନାୟକଙ୍କ ଅଧ୍ୟକ୍ଷତାରେ ଓ ବଲାଙ୍ଗିର ଜିଲ୍ଲା ସଭାପତି ଦେବଦତ୍ତ ମେହେରଙ୍କ ଆବାହନ କ୍ରମେ ତଥା ବୌଦ୍ଧ ଜିଲ୍ଲା ଶିକ୍ଷକ ନେତ୍ରୀ ଅନିତା ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ୟଟି ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ ଦିବସର ଏହି ଅବସରରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ସାଙ୍ଗଠନିକ ସଭା କରିବା ଓ ସଂଘକୁ ସୁଦୃଢ କରିବା ସହ ପଡୋଶୀ ଜିଲ୍ଲା ମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ପାଇଁ ଆଲୋଚନା କରାଯାଇଥିଲା । ବର୍ତ୍ତମାନର ପ୍ରମୋସନରେ ଅଯଥା ବଦଳି ନ କରିବାକୁ ପ୍ରଶାସନକୁ ଲିଖିତ ଜଣାଇବା ଏବଂ ମହଙ୍ଗା ଭତ୍ତା ପାଇଁ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାନୁସାରେ ଆଗାମୀ ତାରିଖ ୨୯ ଅଗଷ୍ଟ ୨୦୨୧ରେ ବଲାଙ୍ଗିର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଆୟୋଜନ କରି ସର୍ବଭାରତୀୟ ସମ୍ପାଦକ ତଥା ବଲାଙ୍ଗିର ବିଧାୟକଙ୍କୁ ନିମନ୍ତ୍ରଣ କରିବାକୁ ମଧ୍ୟ ପ୍ରସ୍ତାବ ଆସିଛି । ଏହା ବ୍ୟତୀତ, ବୌଦ୍ଧ ଜିଲ୍ଲାର ମହିଳା ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିର ପାଇଁ ଅଲ ଇଣ୍ଡିଆକୁ ପ୍ରସ୍ତାବ ଦିଆଯାଇଛି । ସଭାରେ ବଲାଙ୍ଗିର ଜିଲ୍ଲାରୁ ବନମାଳୀ ସାହୁଙ୍କୁ ପ୍ରାଦେଶିକ ମିଡିଆ ସେଲ ସଂଯୋଜକ ଭାବେ ନିଯୁକ୍ତି ଦେବାକୁ ଅନୁରୋଧ ଆସିଛି । ଅଲଇଣ୍ଡିଆ ସଭ୍ୟ ପାଇଁ ବଲାଙ୍ଗିର ସଭାରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହିସଭାରେ ଶାନ୍ତିଲତା ସାହୁ, ରାଧ ଗୋବିନ୍ଦ ରଥ, ତେଜରାଜ ହୋତା, ବନମାଳୀ ସାହୁ, ଅନୁପମା ପ୍ରହରାଜ, ସବିତା ମୋହରା, ପ୍ରଜିନା ପାଢ଼ୀ, ସୁଦାମ ଦିଶ୍ରୀ, ହରେକୃଷ୍ଣ ରଥ, ବୀଣାପାଣି ବୁଡେକ, ପ୍ରଜିନା ପାଢ଼ୀ ଅନିତା ମେହେର ବୌଦ୍ଧ ଜିଲ୍ଲାରୁ ଅନିତା ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକଟିର ସଭା ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.