ବଲାଙ୍ଗିର, (ଦେବାଶିଷ ମିଶ୍ର) : କୌଣସି କାରଣରୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିଲା । ଏହି ଚଢଉରେ ଅନ୍ୟନ୍ୟ କାଗଜ ପତ୍ର, କୋଟି କୋଟି ଟଙ୍କାର ସୁନା ଗହଣା ବରାମତ ହେବା ସହ ଚାକାରୀ ଆଶାୟୀଙ୍କ ଏଡମିଟ କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ମଧ୍ୟ ଜବତ ହୋଇଛି, ଯାହା ନିଯୁକ୍ତି ଦେବାରେ ଏହି କାଗଜ ପତ୍ରର ବ୍ୟବହାର କରାଯିବା ସହ ଏକ ବଡ ଧରଣର ଦୁର୍ନୀତି ହେଉଥିବା ସ୍ପଷ୍ଟ କରୁଛି । ତେବେ ଲଜ୍ଜ୍ୟାଜନକ ଭାବେ ଏଭଳି ଘଟଣା ବାରମ୍ବାର ହେଉଛି । କେଉଁଠି ପ୍ରଶ୍ନପତ୍ର ଲିକ୍ ତ ଆଉ କୋଉଁଠି ଚାକିରୀ ଅଶାୟୀଙ୍କ ଭବିଷ୍ୟତ ସହ ଖେଳ ଖେଲା ଯାଉଛି । ପୂର୍ବରୁ ମଧ୍ୟ ଏଏସଓ ପରୀକ୍ଷାରେ ଦୁର୍ନୀତି ବିରୁଦ୍ଧରେ ଉଠିଥିବା ସ୍ୱରକୁ ଚାପି ଦେବା ଉଦ୍ୟମ କରଯାଇଥିଲା । ସେହିପରି ମାଟ୍ରିକ ପରୀକ୍ଷା ଠାରୁ ବଡ ବଡ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଅବସ୍ଥା ଏଭଳି ରହିଛି । ଏଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ପକ୍ଷରୁ ଏଭଳି ଘଟଣାର ଦୃଢ ନିନ୍ଦା କରାଯାଇଛି । ଏହି ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଓ ପରିକ୍ଷାର୍ଥୀମାନଙ୍କୁ ତାଙ୍କ ହକ ନମିଳିଲେ ଏବିଭିପିର ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାଇ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସହସଂପାଦକ ବିଜୟ କଲତା, ସରୋଜ ସାହୁ, ଉତ୍ତମ ବରାଡ, ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।