oom

କନ୍ଧମାଳ ପର୍ଯ୍ୟବେକ୍ଷକଙ୍କ ଦିନିକିଆ କ.ନୂଆଗାଁ ଗସ୍ତ : ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ବିଜେଡ଼ି ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି । ଏହି ଆଲୋଚନାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ । ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନଠାରୁ ରଣନିତୀ ଆରମ୍ଭ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ ମାନେ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି । ଏଥିରେ ଶତାଧିକ କର୍ମୀ ଉପସ୍ଥିତ ରହି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କୋଟଗଡ ଅଂଚଳର ବରିଷ୍ଠ କର୍ମୀ ତଥା ସାଂସଦ ପ୍ରତିନିଧି ମନୋଜ ସାବତ, ଷ୍ଟିଫାନ ମାଝୀ, ସୁରୁଦା ପାଟମାଝୀ, ବାଲିଗୁଡା ଅଞ୍ଚଳର ଲୋକନାଥ ପାଢ଼ୀ, ବିଭିନ୍ନ ବ୍ଲକର ପଞ୍ଚାୟତ ପ୍ରତିନିଧି, ଜିସାୟ ମଣ୍ଡଳ, ଜହନ ବାରିକ, ନଳିନୀ ପ୍ରଧାନ, ରାନୁବାଲା ମହାନ୍ତି, ବଙ୍ଗାଳି ବଡ଼ସେଠ, ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟମାଝୀ ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରମୋଦ ସାହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.