csstore

ଟ୍ରିକଲ୍ ଆପ୍ ଏବଂ ନିଧି ଦ୍ଵାରା ସ୍ମାର୍ଟ୍ ସଖୀଙ୍କ କ୍ଷମତା ବର୍ଦ୍ଧନ କର୍ମଶାଳାର ଆୟୋଜନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ନିଧି ଏବଂ ଟ୍ରିକଲ ଅପ୍ ଦ୍ଵାରା ଲେବଡା ପଞ୍ଚାୟତ ଭବନରେ ମୁରିବାହଲ୍ ବ୍ଲକରେ ବିଭିନ୍ନ ପଞ୍ଚାୟତ ଏମ୍‌ ପାୱାର ପ୍ରକଳ୍ପରେ କାମ କରୁଥିବା ସ୍ମାର୍ଟ୍ ସଖୀ ମାନଙ୍କୁ ଜୈବିକ କୃଷି, ପଶୁ ପାଳନ ଏବଂ କ୍ଷୁଦ୍ର ବ୍ୟବସାୟ ଉପରେ କ୍ଷମତା ବର୍ଦ୍ଧନ କରାଯାଇଛି । ଏହି ଏକ ଦିବସୀୟ କର୍ମଶାଳାରେ ୬ ଟି ପଞ୍ଚାୟତରୁ ୨୫ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ବର୍ଷ ହେବ ମୁରିବହଲ ବ୍ଲକରେ ୬ ଟି ପଞ୍ଚାୟତରେ ପଳାୟନ ଏବଂ ଜୀବିକା ସମସ୍ୟାର ସମାଧାନ ପାଇଁ ଟ୍ରିକଲ୍ ଅପ୍ ଏବଂ ନିଧି ମିଳିତ ଭାବେ ୫୦୦ ଅତ୍ୟଧିକ ଗରିବଙ୍କୁ ମୋବାଇଲ୍ ଆପ ମାଧ୍ୟମରେ ଲାଭଜନକ ଜୀବିକା ଉପାର୍ଜନ ପାଇଁ ସହଯୋଗ କରୁଛନ୍ତି । ଏହି ପରିବାରଙ୍କ ସହଯୋଗ କରିବା ନିମନ୍ତେ ଗ୍ରାମସ୍ତରରେ ସ୍ମାର୍ଟ୍ ସଖୀଙ୍କୁ ନିୟୋଜିତ କରାଯାଇଛି । ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ଓଡ଼ିଶା ଜୀବିକା ମିଶନର ଶ୍ରୀ ବ୍ରଜ କିଶୋର ସ୍ୱାଇଁ ଏବଂ ପଶୁ ଚିକିତ୍ସକ ଶ୍ରୀ ଭବାନୀ ଶଙ୍କର ବେହେରା ଯୋଗ ଦେଇ ଥିଲେ । କର୍ମଶାଳାର ନିଧିର କର୍ମକର୍ତ୍ତା ତାରାପଦ ପ୍ରଧାନ, ସୁମନ୍ତୀ ସାହୁ, ଯମୁନା ସାହୁ, ତଥାଗତ ବଗର୍ତ୍ତୀ ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.