pakka

ବ୍ରେନ୍‌ ଟ୍ୟୁମର୍‌ ରୋଗୀ ରଞ୍ଜନଙ୍କ ଅବସ୍ଥା ଗୁରୁତର : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟ୍ୟୁମର ରୋଗରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଶର୍ଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରଞ୍ଜନ ଜଣେ ଅସହାୟ ଗରୀବ ଶ୍ରେଣୀର ବ୍ୟକ୍ତି । ସେ ଦିନ ମଜୁରୀଆ ଭାବେ ପରିବାର ଭରଣ ପୋଷଣ କରନ୍ତି । ବ୍ରେନ୍‌ ଟ୍ୟୁମର୍‌ ରୋଗରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସାଧିନ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ରଞ୍ଜନଙ୍କ ଚିକିତ୍ସା କରିବା ସମ୍ଭବପର ହେଉନି ବୋଲି ତାଙ୍କ ସ୍ତ୍ରୀ କୋହଭରା କଣ୍ଠରେ ରଞ୍ଜନଙ୍କ ଆଶୁ ଚିକିତ୍ସା ପାଇଁ ଅର୍ଥ ସହାୟତା ପାଇଁ ନିବେଦନ କରିଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ରଞ୍ଜନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ତାଙ୍କ ପରିବାର ଲୋକଙ୍କ ସହିତ ସମାଜସେବୀ ଅଜିତ ରାୟ ଓ ବିଶ୍ୱଜିତ ପାଢୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

16 − 6 =