csstore

ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଟୁକୁନି ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର ଏକ ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ଆଜି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ଓଏସ୍ଓୟୁ ଛାତ୍ର ସଂଘ ଟିଟିଲାଗଡ ତରଫରୁ ଭିଷ୍ମସେନ ମହାକୁରଙ୍କ ନେତୃତ୍ୱରେ ଛାତ୍ର ନେତା ଦିନେସ କୁମାର ନାଗ, ରାଣା ପ୍ରତାପ ଛତ୍ରୀଆ, ଖୁସିରାମ ବଗର୍ତ୍ତୀ, ନୀଳମଣି ଦୀପ୍, ରାଧେଶ୍ୟାମ ବାଗ, ନର ରାଣା ସମୂହଙ୍କ ଉପସ୍ଥିତିରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ତେବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଦ୍ଵାରା ନିୟମିତ ଶିକ୍ଷାଠାରୁ ବଞ୍ଚିତ ହେଉଥିବା ଶିକ୍ଷାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି କିନ୍ତୁ ଏଥିପାଇଁ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କର ଅଧ୍ୟୟନ କେନ୍ଦ୍ର ଗୁଡ଼ିକ ଖୋଲାଯାଇଛି । ଫଳରେ ହଜାର ହଜାର ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ହେଲେ ଟିଟିଲାଗଡ଼ ଉପଖଣ୍ଡର ବିଦ୍ୟାର୍ଥୀ ମାନଙ୍କୁ ବଲାଙ୍ଗିର, ନୂଆପଡା, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଟିଟିଲାଗଡ଼ ମହାବିଦ୍ୟାଳୟନ ଥିବା ନେଇ ଛାତ୍ରଛାତ୍ରୀ ମାନେ ହଇରାଣ ହେଉଛନ୍ତି ତେବେ ଏନେଇ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.