ବିଡିଓଙ୍କ ହସ୍ତକ୍ଷେପ ପରେ ବିଶ୍ୱନାଥ ପାହଡ ଉପରକୁ ପାନୀୟ ଜଳ ଯୋଗାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବିଶ୍ୱନାଥ ପାହଡର ଶୀର୍ଷରେ ଥିବା ବାବା ବିଶ୍ୱନାଥ ଦେବଙ୍କ ବିଜେସ୍ଥଳି ରହିଛି । ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ପାହଡ ଶିର୍ଷକୁ ଅଚାନକ ପରିଦର୍ଶନରେ ପହଂଚିଥିଲେ । ସେଠାରେ ଦେଖିବାକୁ ପାଇଥିଲେ ପାନୀୟ ଜଳ ଯୋଗାଣ ପ୍ରାୟ ୧ମାସ ହେବ ବନ୍ଦ ରହିଛି । ଠାକୁରଙ୍କ ସେବା ନୀତି ପାଇଁ ପ୍ରତିଦିନ ପାହଡ ପାଦଦେଶରେ ଥିବା ଗ୍ରାମରୁ ସେବାୟତ ମାନେ ଭାରରେ ପାଣି ନେଇ ନୀତିକାନ୍ତି ସମ୍ପର୍ଣ୍ଣ କରିବା ସହିତ ସେହି ଜଳକୁ ବ୍ୟବହାର କରୁଛନ୍ତି । ଏସବୁ ଘଟଣା ଜାଣିବା ପରେ ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ବିଡିଓ ହସ୍ତକ୍ଷେପ କରିଛନ୍ତି । ମନ୍ଦିର ଟ୍ରଷ୍ଟର ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସ୍ଥାନୀୟ ସରପଂଚଙ୍କ ସହିତ ଘଟଣା ସମ୍ପର୍କରେ ବିଡିଓ ଆଲୋଚନା କରିଥିଲେ । ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତୀ ଦେଇଥିଲେ । ମନ୍ଦୀରରୁ ଫେରିବା ପରେ ବିଡିଓ ବ୍ୟକ୍ତିଗତ ଭାବେ ସମସ୍ୟାର ସମାଧନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ସହିତ ଜଳ ଯୋଗାଣ ତ୍ରୁଟି ମରାମତି କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜିଠାରୁ ବିଶ୍ୱନାଥ ପାହଡ ଉପରେ ଥିବା ମନ୍ଦିରକୁ ପୁନଃ ଜଳ ଯୋଗାଣ ପ୍ରକିୟା ଆରମ୍ଭ ହୋଇଥିବା ବିଡିଓ ଶ୍ରୀଯୁକ୍ତ ଷଡଙ୍ଗି ସୁଚନା ଦେଇଛନ୍ତି । ଏଥିପାଇଁ ବିଡିଓ ଶ୍ରୀ ଷଡଙ୍ଗିଙ୍କୁ ଅଚଂଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.