କେନାଲକୁ ଗାଧୋଇବା ପାଇଁ ଯିବା ହେଲା କାଳ : ବାପା ଆଗରେ ଚାଲିଗଲା ପୁଅର ଜୀବନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ । କେନାଲ ପାଣିରେ ଗାଧୋଉ ଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ମାର୍କଣ୍ଡ ବାଗ(୩୦) । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବେଲପଡା ପଂଚାୟତ ଫୁଗୁଡା ଗାଁରେ । ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡ୍‌ରୁ ବାଗ ଓ ତାଙ୍କ ପୁଅ ମାର୍କଣ୍ଡ ବାଗ ଦୁଇ ଜଣ ଆଜି ଦିନ ୧୧ ଘଟିକା ସମୟରେ ଗାଧୋଇବା ପାଇଁ ଗାଁ ପାଖ ଡୁମେରପଡା ଘାଟ କେନାଲକୁ ଯାଇଥିଲେ । କେନାଲରେ ପାଣି ସ୍ରୋତ ପ୍ରବଳ ଥିବାରୁ ଉଭୟେ ବାପା ଓ ପୁଅ ଗାଧୋଇବା ସମୟରେ ଭାସି ଯାଇଥିଲେ ପୁଅ ମାର୍କଣ୍ଡ । ବହୁତ ଚେଷ୍ଟା କଲା ପରେ ବି ନିଜ ପୁଅକୁ ପାଣି ଭିତରୁ ବଂଚାଇ ପାରିନଥିଲେ । ପାଣିର ସ୍ରୋତ ଏମିତି ପ୍ରବଳ ଥିଲା ଯେ, କେନାଲ ପାଣିରେ ଭାସି ଯାଇଥିଲେ ପୁଅ ମାର୍କଣ୍ଡ ବାଗ । ବହୁ ଚେଷ୍ଟା ପରେ ମଧ୍ୟ ପୁଅକୁ ଧରି ପାରିନଥିଲେ ବାପା । ପରେ ସ୍ଥାନୀୟ ଲୋକେ ତୁରନ୍ତ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଂଚି ପ୍ରାୟ ୩ କି.ମି ଧରି ପାଣିରେ ଖୋଜାଖୋଜି କରିଥିଲେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ । କୌଣସି ପ୍ରକାର ପତ୍ତା ପାଇନଥିବାରୁ ମୁରିବାହାଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପହଂଚି ସେମାନେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ପରେ ଅପରାହ୍ନ ୫ ଘଟିକା ଠାରେ ମୃତଦେହ ମିଳିଥିଲା । କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ତେବେ ଏହି ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.