csstore

ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଲେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା : ପୋଲିସ ଦ୍ବାରା ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱରରୁ ଫେରୁଥିବାରୁ ବେଳେ ବରଗାଁ ଛକରେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା ତାଙ୍କୁ ଘେରାଉ କରିଥିବା ବେଳେ ସଇଁନ୍ତଲା ପୋଲିସ ଘେରାଉରେ ସାମିଲ୍‌ ଥିବା କୋସଲ ସେନାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଆବାସ ଯୋଜନାରେ କୋଶଳାଞ୍ଚଲକୁ ଅବହେଳା କରାଯାଉଥିବା ପ୍ରତିବାଦରେ କୋଶଳ ସ୍ୱାଭିମାନ ପଦଯାତ୍ରା କାର୍ୟ୍ୟକ୍ରମ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ଭବାନୀପାଟଣାରୁ ବରଗଡ଼ ଜିଲ୍ଲା ପର୍ୟ୍ୟନ୍ତ କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ସଇଁନ୍ତଲା ପର୍ୟ୍ୟନ୍ତ ପହଞ୍ଚିଛନ୍ତି କୋଶଳ ସମନ୍ୱୟ ସମିତିର ସଂଗ୍ରାମୀ ମାନେ । ସୂଚନା ଅନୁସାରେ କୋସଲ ସେନା ପଦଯାତ୍ରାରେ ଆସୁଥିବା ବେଳେ ମନ୍ତ୍ରୀଙ୍କୁ ବରଗାଁ ଛକରେ ଭେଟି କୋସଲ ସେନା ଘେରିଥିଲେ ।

jayashree
Leave A Reply

Your email address will not be published.