csstore

ଆକ୍ସନ ଏଡ଼ ତରଫରୁ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା ମହାମାରୀର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସହ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆକ୍ସନ ଏଡ଼ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱତଃ ଏହି ମାନବୀୟ ମହତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆଜି ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମିର ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍ଦେଶ୍ୟରେ ଆକ୍ସନ ଏଡ଼ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲୀପ କୁମାର ପଣ୍ଡା ଓ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ପ୍ରଦତ୍ତ ଅମ୍ଳଜାନ ସାନ୍ଧ୍ରକ ଗ୍ରହଣ କରିବା ସହ ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ ଦେବାସହ ଅନୁଷ୍ଠାନର ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ସ୍ୱାସ୍ଥ୍ୟ ବିଭାଗର ତାରିଣୀ ପାତ୍ର, ପ୍ରଧାନ ଶିକ୍ଷକ ସାହାରା ସ୍କୁଲ, ଗତିକୃଷ୍ଣ ମିଶ୍ର, ଶିକ୍ଷାବିତ ଅମ୍ବୁଜ ବିହାରୀ ଶତପଥୀ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ଆକ୍ସନ ଏଡ଼ ସ୍ୱେଛାସେବୀ ଅନୁଷ୍ଠାନର ଏହି ମହତ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.