csstore

ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜେପିର ବିକ୍ଷୋଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ଅଘୋଷିତ ବିଜୁଳି କାଟ ଓ ୟୁନିଟ ପିଛା ଦରବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ସବ ଡିଭିଜନାଲ ଅଫିସରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ଦ୍ଧିତ ବିଜୁଳି ଶୁଳ୍କ ପ୍ରତ୍ୟାହାର କରାଯିବା ସହିତ ବିଦ୍ୟୁତ ସରବରାହରେ ସଠିକ୍‌ ଭୋଲ୍‌ଟେଜ୍‌ ଯୋଗାଇବାର ବ୍ୟବସ୍ଥା କରିବା, ଅଘୋଷିତ ବିଜୁଳି କାଟକୁ ବନ୍ଦ କରି ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯିବା, କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ଦେୟରେ ସବସିଡି ପ୍ରଦାନ ତଥା ପୁରୁଣା ବିଜୁଳି ଦେୟ ପଇଠ ସମୟରେ ଗ୍ରାହକଙ୍କ ପ୍ରତି କୋହଳ ମନୋଭାବ ପୋଷଣ ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବିଜେପି ମଣ୍ଡଳ ସଭାପତି ସରୋଜ ସାହୁ, ସୁନିଲ ଦାଶ, ଗୌରାଙ୍ଗ ନାଏକ, ଉତ୍ତମ କବାଟ, ସୁଦାମ ଚରଣ ମେର୍ଲି, ବିରଞ୍ଚି ସାହୁ, ବୁଲୁ ବାଦୀ, ସୁଦିପ ସା, ଗୌତମ କୁଅଁର, ଆନନ୍ଦ ହୋତା, ଶଙ୍କର ସାହୁ, ପବିତ୍ର ସଳତର, ପ୍ରଶାନ୍ତ ପୁଟେଲ, ଲଳିତ ପଧାନ, ସରୋଜ ଦାଶ ମହିଳା ସଭାନେତ୍ରୀ ଭାରତୀ ବେହେରା, ସମ୍ପାଦକ କୁନି ମାହାଣା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.