ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସଇଁନ୍ତଲା ବିଜେପିର ବିକ୍ଷୋଭ : ଏସଡ଼ିଓଙ୍କୁ ଘେରିଲେ ବିଜେପି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଓ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଚିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ସହ ବିଦ୍ୟୁତ ବିଭାଗୀୟ ଏସଡ଼ିଓଙ୍କୁ ମଧ୍ୟ ବିଜେପି କର୍ମୀମାନେ ଘେରାଉ କରିଥିଲେ । ତେବେ ବିଦ୍ୟୁତ ବିଭାଗ ସେବା କମ୍‌ ଟିକସ ଅଧିକା ନୀତି ଆପଣାଇଥିବା ନାରା ଦେବା ସହ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଆଜି ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା କଷ୍ଟରେ ଥିବା କୁହାଯାଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କଲେଜ ସ୍କୁଲରେ କୋଟି କୋଟି ଟଙ୍କା ବିଲ ବାକି ପଡିଛି । ଏଭଳି ସ୍ଥଳେ ସାଧାରଣ ହିତାଧିକାରୀଙ୍କୁ ବିଲ ବୃଦ୍ଧିକରି ଶୋଷଣ କରୁଥିବା କୁହାଯାଇଛି । ଅନ୍ୟପଟେ ବିଦ୍ୟୁତକୁ ମନଇଚ୍ଛା କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ବିଦ୍ୟୁତ ବିଭାଗର ମନମାନି ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଜିଲ୍ଲା ବିଜେପି ସଂପାଦକ ମୁକେଶ ଜୈନଙ୍କ କହିବା ଅନୁଯାୟୀ, ଗରିବ ଲୋକମାନଙ୍କୁ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ହଇରାଣ କରୁଥିବା ବେଳେ ଅଘୋଷିତ କରି ବିଦ୍ୟୁତ କାଟୁଛନ୍ତି । ଯଦି ଆଗାମୀ ଦିନରେ ବିଭାଗୀୟ ଅଧିକାରୀମାନେ ସାଧାରଣ ଲୋକଙ୍କ ଉପରେ ହଇରାଣ କରିବ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବିଜେପି ଦଳ ହାର ମାନିବ ନାହିଁ ବୋଲି ଏଭଳି ଅନେକ କଥାକୁ ନେଇ ବିଭାଗୀୟ ବିଦ୍ୟୁତ ଅଧିକାରୀଙ୍କ ଉପରେ ବର୍ଷି ଥିଲେ । ତେବେ ଏନେଇ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ ମଧ୍ୟ ବିଜେପି ଦଳ ପକ୍ଷରୁ ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ରରେ ଅଭିଯୋଗ ମୁତାବକ, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରାଯିବା ସହ ବେଆଇନ ଭାବେ ପ୍ରଥମେ ୧୦୦ ୟୁନିଟକୁ (୫୦+୫୦) ଦୁଇଟି ସ୍କାବର କରି ଗରିବ ଲୋକମାନଙ୍କୁ ଆଶାତୀତ ସୁଳ୍କ ଦେବାକୁ ବାଧ୍ୟ କରାଯାଉଛି ତେବେ ତାର ପରିବର୍ତ୍ତନ କରି ୧ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରିବା, ଅଘୋଷିତ ବିଜୁଳି କାଟକୁ ବନ୍ଦ କରିବା ସହ ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବା ଭଳି ଅନେକ ସମସ୍ୟା ଉପରେ ଉଲ୍ଲେଖ ରହିଛି । ତେବେ ଯଦି ପ୍ରଶାସନ ଆଗାମୀ ଦିନରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନ ନେଲେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର, ଆଶିଷ ସାହୁ, କୌଲାସ ରଣା, ରାଜେସ ସାହୁ, ବୁବୁନ ପାଣିଗ୍ରାହୀ, ବାସୁଦେବ ଚୌହାନ, ହୀରାଧର ଗହୀର, ମଦନ ସାହୁ, ବିନୟ ଭୋଇ, ଦର୍ଶନ ପଧାନ, ବିଜୟ ପାତ୍ର ସମେତ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.