csstore

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ଚାରା ରୋପଣ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ, ପାଟଣାଗଡ, ଆଗଲପୁର, ଲୋଇସିଂହା, ଗୁଡଭେଲା, ଦେଓଗାଁ, ପୁଇଁନ୍ତଲା ଓ ବଲାଙ୍ଗିର ବ୍ଲକର କର୍ମକର୍ତ୍ତାଗଣ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ବଲାଙ୍ଗିର ବ୍ଲକ ବିଡିଓ ରାମଦତ୍ତ ଭୋଇ, ସମ୍ମାନୀୟ ଅତିଥି ଭୀମ ଭୋଇ ମେଡିକା କଲେଜ ଅଧ୍ୟକ୍ଷା ସବିତା ମହାପାତ୍ର, ସୁବର୍ଣ୍ଣପୁର କୁଲୁତା ସମାଜ ସଂପାଦକ କ୍ଷେତ୍ରବାସୀ ପଧାନ, ଡା. ଅଶୋକ ସାହୁ, ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ପରଦେଶୀ ବିଶ୍ୱାଲ ପ୍ରମୁଖ ମଞ୍ଚାସୀନ ଥାଇ ଉଦ୍‌ବୋଧନ ଦେଇଥିଲେ । ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ଅତିଥିଗଣ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଖପ୍ରାଖୋଲ ବ୍ଲକ କମିଟିକୁ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ ଭୋଇଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶୁଶାନ୍ତ ସାହୁ ଓ ପଞ୍ଚାନନ ସାଙ୍କୁ ବଲାଙ୍ଗିର ବ୍ଲକ ସଭାପତି ଓ ସଂପାଦକ ଭାବେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପ-ସଭାପତି ସୁଧିର ପଧାନ, ଯୁଗ୍ମ ସଂପାଦକ କୌସ୍ତୁବ ସାହୁ, ଖପ୍ରାଖୋଲ ବ୍ଲକ ସଭାପତି ଅକ୍ଷୟ ପଧାନ, ବିପିନ ପଧାନ, ମନୋରଂଜନ ବେହେରା, ଦୈତାରି ସାହୁ, ନରେନ୍ଦ୍ର ବେହେରା, ଔରଷ ସାହୁ, ଲିଙ୍ଗରାଜ ସାହୁ, ଚତୁର୍ଭୁଜ ପଧାନ, ଶୁଶାନ୍ତ ସାହୁ, ସଂଜିବ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.