ଲରମ୍ଭାର ପୂର୍ବତନ‌‌‌ ସରପଞ୍ଚ ଭୂମିହୀନ ପରିବାରଙ୍କ ଜମି ବିକ୍ରି ଉଦ୍ୟମ ରୋକିବାକୁ ନେଇ ତହସିଲଦାରଙ୍କ ଦ୍ଵାରସ୍ଥ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଲରମ୍ଭା ଗ୍ରାମର ଗରିବ, ଆଦିବାସୀ, ମଜୁରିଆ, ଭୂମିହୀନ ପରିବାର ଲୋକେ ଜମି ଓ ଘର ଡିହ ପାଇଥିଲେ । ହେଲେ ପୂର୍ବତନ ସରପଞ୍ଚ ବିକ୍ରି କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ । ପ୍ରାୟ ତିରିଶ ଜଣ ଭୂମିହୀନ, ଆଦିବାସୀ, ଗରିବ, ଦିନ ମଜୁରିଆ ପରିବାର ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ପ୍ରତିଶୃତି ଦେଇଛନ୍ତି ବୋଲି ଭୂମିହୀନ ଲୋକେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.