jayashree

ଗ୍ରାମାଂଚଳର ବିକାଶ ପଥେ ଲୋଇସିଂହା ବିଧାୟକ: ଗାଁ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା ଓ ଭୂମୀହୀନଙ୍କୁ ଜମିପଟ୍ଟା ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରାମାଂଚଳର ବିକାଶ ପଥରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୩ ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ ଅଧୀନସ୍ଥ ୩୪ ନମ୍ବର ଜିଲ୍ଲା ପରିଷଦ ଅଂଚଳର ଗାଁମାନଙ୍କରେ ଆଲୋକୀକରଣ ବ୍ୟବସ୍ଥାରେ ହାଇମାଷ୍ଟ୍‌ ଲାଇଟ, ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ନିକଟସ୍ଥ ଜେମାପାଲି ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ୪୩ଟି ଭୂମୀହୀନ ପରିବାରକୁ ଜମିପଟ୍ଟା ପ୍ରଦାନ କରିଥିଲେ । ସୂଚନା ଅନୁ୍‌ଯାୟୀ, ଲୋଇସିଂହା ୩୪ ନମ୍ବର ଜିଲ୍ଲା ପରିଷଦ ଅଂଚଳ ରେଙ୍ଗାଲୀ, ଗେର୍ଡୀ, ବୁରୋମୁଣ୍ଡା, ବିରକେଲ, ବବଜା ପ୍ରଭୃତି ଗାଁମାନଙ୍କରେ ହାଇମାଷ୍ଟ୍‌ ଲାଇଟ୍‌ର ଲୋକାର୍ପଣ କରିଥିଲେ । ସେହିପରି ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ନିକଟସ୍ଥ ଜେମାପାଲି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ହେଲା ଅକାମୀ ହୋଇ ପଡି ରହିଥିବା ବେଳେ ଗ୍ରାମାବାସୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟକ୍ଷମ କରାଇଥିଲେ । ଏହାସହ ଦୀର୍ଘ ୧୯ ବର୍ଷ ହେଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ୫୦ଟି ପରିବାର ଭୂମୀହୀନ ଥିଲେ ସୁଦ୍ଧା ସ୍ଥାୟୀ ଜମି ପଟ୍ଟା ପାଇନଥିଲେ । ଫଳରେ ବିଧାୟକ ଡ. ମହାଲିଙ୍ଗଙ୍କ ପ୍ରଚେଷ୍ଟାରେ ୪୩ଟି ପରିବାରକୁ ଜମିପଟ୍ଟା ପ୍ରଦାନ କରାଯାଇ ପାରିଛି । ଏହା ସହ ଆଗାମୀ ଦିନରେ ପର୍ଯାୟ କ୍ରମେ ଆହୁରି ଗାଁମାନଙ୍କରେ ହାଇମାଷ୍ଟ ଲାଇଟର ବ୍ୟବସ୍ଥା କରାଯିବ ବୋଲି ଡ. ମହାଲିଙ୍ଗ କହିଛନ୍ତି ।

Leave A Reply

Your email address will not be published.