ତାଇୱାନ୍‌କୁ କବ୍‌ଜା କରିବା ଚକ୍କରରେ ଅଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସ ଖୋଲାଖୋଲି ସ୍ୱୀକାର କରିଛି ଯେ, ଚୀନ୍‌ ସେନା ତାଇୱାନ୍‌କୁ କବ୍‌ଜା କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଚୀନ ସରକାରଙ୍କ ମୁଖପତ୍ର ବୋଲି କୁହାଯାଉଥିବା ଏହି ଖବରକାଗଜ ଅନୁସାରେ ଗତ ଶୁକ୍ରବାର ଲଢୁଆ ବିମାନଗୁଡ଼ିକର ଡ୍ରିଲ୍‌ କୌଣସି ଚେତାବନୀ ନଥିଲା, ବରଂ ତାଇୱାନ୍‌ ଉପରେ କବ୍‌ଜା କରିବା ପାଇଁ ପ୍ରସ୍ତୁତି ଥିଲା । ଗତକାଲି ଚୀନର ପିପୁଲନ୍ସ ଲିବରେସନ୍‌ ଆର୍ମି ତାଇୱାନ୍‌ ପାଖରେ ଲଢୁଆ ବିମାନ ଉଡ଼ାଇଛନ୍ତି । ବିମାନର ଆସିବା ଯିବା ପାଖାପାଖି ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା । ଏକା ସାଂଗରେ ଚୀନ୍‌ର ଗୁଡ଼ାଏ ଲଢ଼ୁଆ ବିମାନ ଉଡ଼ିଲା ଏବଂ ତାଇୱାନ୍‌ର ପାଖକୁ ପହଂଚିଗଲା । ସଂପୃକ୍ତ ଖବରକାଗଜ ଅନୁସାରେ ତାଇୱାନର ରକ୍ଷା ବିଭାଗ ଚୀନ୍‌ର ସମୁଦାୟ ୧୮ ବିମାନ ଉଡ଼ିଥିବାର ସୂଚନା ଦେଇଛି ।

Leave A Reply

Your email address will not be published.