ଘରେ ଫୁଟିଲା ୭ ଦୁର୍ଲ୍ଲଭ ବ୍ରହ୍ମ କମଳ : ମହାପ୍ରଭୁ ଜଗନ୍ନାଥଙ୍କୁ କଲେ ଅର୍ପଣ

ବାଲେଶ୍ୱର, (ଅଜିତ କୁମାର ସାହୁ) : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରଶ୍ମିତା ପୃଷ୍ଟିଙ୍କ ଘରେ ଦୁର୍ଲ୍ଲଭ ବ୍ରହ୍ମ କମଳ । ଗୋଟିଏ କି ଦୁଇଟି ନୁହେଁ ୭ଟି ଫୁଟିଥିବାର ଦେଖିବାକୁ ମିଳିଛି । ତେବେ ରାତିରେ ସେ ଏହାକୁ ନେଇ ନିଳଗିରି ସ୍ଥିତ ଜଗନ୍ନାଥଙ୍କ ପାଖରେ ଚଢାଇଛନ୍ତି । ଏହା ମହାପ୍ରଭୁ ଜଗନ୍ନାଥଙ୍କ ବେଶ ପ୍ରିୟ । ଭାରତୀୟ ସଂସ୍କୃତିରେ ଏହାକୁ ଶୁଭଙ୍କର ଭାବେ ଦର୍ଶାଯାଇଛି । ଏହା ଏକ ଦୁର୍ଲ୍ଲଭ ଫୁଲ ହୋଇଥିବା ବେଳେ ବ୍ରହ୍ମାଙ୍କ ନାମରୁ ଏହାର ନାମକାରଣ ହୋଇଛି । ଭାଗ୍ୟରେ ଥିଲେ ଏଭଳି ଫୁଲ ଫୁଟୁଥିବା ବେଳେ ବେଶ ଖୁସି ଅନୁଭବ କରିଛନ୍ତି ରଶ୍ମିତା ଓ ତାଙ୍କ ପରିବାର ।

Leave A Reply

Your email address will not be published.