oom

ରାସ୍ତା କାମ ସରିଲା : ପୁଣି ମରାମତି ଆରମ୍ଭ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକଠାରୁ ଭୋଇପାଲିଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ରାସ୍ତା ତିଆରି ପାଇଁ ବିଭିନ୍ନ ସମୟରେ ଜନସାଧାରଣ, ବିଭିନ୍ନ ପତ୍ର ପତ୍ରିକା, ଫେସବୁକ୍, ସୋସିଆଲ ମିଡିଆରେ ଖବର ପ୍ରକାଶିତ ହୋଇଆସୁଥିଲା । ଏହାକୁ ଉପଲବ୍ଧି କରି ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ଏହି ୧କିମି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ୪୧ ଲକ୍ଷ ଟଙ୍କା ସେକ୍ସନ କରାଇଥିଲେ ଓ ସୂଚନା ଫଳକ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହି ରାସ୍ତା ନିର୍ମାଣ କାର୍ୟ୍ୟ ନସରୁଣୁ ଗୋଟିଏ ବର୍ଷାରେ ପୁଣି ରାସ୍ତାର ଗେଟି ଉଠି ପୁଣି ଗର୍ତ୍ତ ସୃଷ୍ଟି ହେଲାଣି । ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସେହି ସମୟରେ ଜନସାଧାରଣ ଅଭିଯୋଗ କରିଥିଲେ ବି ଏହି କଥାକୁ ଭୃକ୍ଷେପ ନକରି ଠିକାଦାର ରାସ୍ତା କାର୍ଯ୍ୟ କରିଥିଲେ । ବର୍ତମାନ ନିମ୍ନମାନର କାର୍ଯ୍ୟ ଯୋଗୁଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାପକ ଭାବରେ ହେରଫେର ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।

ଯଦି ରାସ୍ତା ନିର୍ମାଣ ସରୁ ସରୁ ପୁଣି ମରାମତି କାର୍ୟ୍ୟ ଆରଂଭ ହେଉଛି, ତେବେ ଆଗକୁ ରାସ୍ତା କେତେ ଦିନ ତିଷ୍ଟିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ବରଗଡର ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଭିଜଲେନ୍ସ ତଦନ୍ତ କରାଇ ଉପଯୁକ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ କରୁଛନ୍ତି ।

jittmm
Leave A Reply

Your email address will not be published.