csstore

ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଓଝା, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଏବଂ ଶତୃସୋଲ ଅଞ୍ଚଳବାସୀଙ୍କ ପରିଚାଳନାରେ ଏହି ଉତ୍ସବ ଆୟୋଜିତ ହୋଇଯାଇଛିି । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଗଞ୍ଜାମ ମଣ୍ଡଳ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଏବଂ ଗଞ୍ଜାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସୁରଥ ପାହନ ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଗ୍ରାମବାସୀଙ୍କୁ ସବୁଜ ଓ ନିର୍ମଳ ପରିବେଶ ବିଷୟରେ ସଚେତନ କରାଇଛନ୍ତି । ସମ୍ପୂର୍ଣ୍ଣ ଉତ୍ସବ ରମ୍ଭା ବନ ବିଭାଗର କର୍ମଚାରୀଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଯାଇଛି ।

jayashree
Leave A Reply

Your email address will not be published.