oom

ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସର ବିକ୍ଷୋଭ : ସାଇକେଲ ର‍୍ୟାଲି କରି ପ୍ରତିବାଦ କଲା ନଗର କଂଗ୍ରେସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ତୈଳ ଦର, ଅତ୍ୟାବଶ୍ୟକୀୟ ଓ ଖାଇବା ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ କାଯ୍ୟାଳୟରୁ ନଗର କଂଗ୍ରେସ କର୍ମୀମାନେ ଏକ ସାଇକେଲ ର‍୍ୟାଲିରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସକର୍ମୀଙ୍କ ସହ ଯୋଗଦେଇ ମୋଦୀ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ତୁରନ୍ତ କମ କରିବାକୁ ଦାବୀ କରିଥିଲେ ।

କଂଗ୍ରେସ ଅଭିଯୋଗ ଆଣିଛି ଯେ, ଦେଶବାସାୀଙ୍କୁ ମହଙ୍ଗା ମାଡରୁ ମୁକ୍ତି ଦେବାର ମିଛ ପ୍ରତିଶୃତି ଦେଇ ବିଜେପିର ମୋଦୀ ସରକାର କେନ୍ଦ୍ର ଗାଦୀ ହାତେଇଥିଲେ । କିନ୍ତୁ ସରକାର ଗଠନ କରିବାର ସାତ ବର୍ଷ ପରେ ମଧ୍ୟ ଦରଦାମ ନିୟନ୍ତ୍ରଣ କରିବାରେ ମୋଦୀ ସରକାର ବିଫଳ ହୋଇଛି । ଓଲୋଟା କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରୟତ ଉଦ୍ୟୋଗର ଘରୋଇକରଣ ଓ ପୁଞ୍ଜିପତି ପୋଷଣ ନୀତି ଦ୍ୱାରା ଦେଶରେ ତୈଳ ତଥା ତୈଳ ଜାତ ଦ୍ରବ୍ୟ ସମେତ ଅତ୍ୟାବଶ୍ୟକୀୟ ଓ ଖାଇବା ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ଫଳରେ ପ୍ରଥମେ ବେକାରି ସମସ୍ୟା, ଦୁର୍ବଳ ଅର୍ଥନୀତି ଓ ପରେ କରୋନା ମାଡରେ ଘାଇଲା ଦେଶର ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ଜିବନ ଦୁର୍ବିସହ ହପଇ ପଡିଛି । କେନ୍ଦ୍ରରେ ମୋଦୀ ସରକାର ଆସିବା ପୂର୍ବରୁ ଉଚ୍ଚା ଆନ୍ତର୍ଜାତିକ ତୈଳ ଦର ଥିବା ସତ୍ୱେ ଦେଶରେ ତୈଳ ଦର ୭୦ ଓ ରନ୍ଧନ ଗ୍ୟାସ ୪୦୦ଟଙ୍କା ପାଖାପାଖି ରହିଥିଲା । କିନ୍ତୁ ଆନ୍ତର୍ଜାତିକ ତୈଳ ଦର ଖସିବା ସତ୍ୱେ ଏବେ ତୈଳ ଦର ଶହେ ପାର କରିଥିବା ବେଳେ ରନ୍ଧନ ଗ୍ୟାସ ଦର ୮୦୦ ପାର କରିଛି । ସେହିପରି ଖାଇବା ସାମଗ୍ରୀ ମଧ୍ୟରେ କ୍ଷୀର, ଡାଲି, ଚାଉଳ, ଚା’ପତି, ଖାଇବା ତେଲ ଆଦିର ଦରଦାମ ପ୍ରାୟ ଦୁଇଗୁଣ ହୋଇ ସାରିଛି । ଏଭଳି ଦରଦାମ ବୃଦ୍ଧି ଯୋଗୁଁ ଘର ଚଳାଇବା ଅସମ୍ଭବ ହୋଇ ପଡୁଛି । ତେଣୁ କେନ୍ଦ୍ରର ମୋଦୀ ସରକାର ତୈଳ ଦର, ଅତ୍ୟାବଶ୍ୟକୀୟ ଓ ଖାଇବା ସାମଗ୍ରୀର ଦରଦାମ ତୁରନ୍ତ ନିୟନ୍ତ୍ରଣ କରନ୍ତୁ, ନଚେତ ନିଜର ନିର୍ବାଚନ ପ୍ରତିଶୃତି ପୂରଣ କରିବାରେ ବିଫଳ ହେବାରୁ ତୁରନ୍ତ ଇସ୍ତାପା ଦେଇ ଗାଦୀ ତ୍ୟାଗ କରନ୍ତୁ ବୋଲି ବଲାଙ୍ଗିର ଜିଲ୍ଲା ମହିଳା କଂଗ୍ରେସ ବିଷୋଦଗାର କରିଛି । ମହିଳା କଂଗ୍ରେସ ସଭାପତି ମିଲନୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ସାନନ୍ଦ ମିଶ୍ର, ଅଜୟ ବାଲୀ, ପ୍ରେମ ପ୍ରକାଶ ମିଶ୍ର ଅଙ୍କିତ ସାହୁ ପ୍ରମୂଖ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ।

jittmm
Leave A Reply

Your email address will not be published.