oom

ଗତ ୨୪ ଘଂଟାରେ ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୭୪୨୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୧୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୨, ବାଲେଶ୍ୱରରୁ ୧୫୩, ବରଗଡ଼ରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, କଟକରୁ ୪୪୧, ଦେବଗଡ଼ରୁ ୪, ଢେ଼ଙ୍କାନାଳରୁ ୧୨୪, ଗଜପତିରୁ ୬, ଗଂଜାମରୁ ୧୯, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୭, କେଉଁଝରରୁ ୭୨, ଖୋର୍ଦ୍ଧାରୁ ୫୯୦, କୋରାପୁଟରୁ ୨୯, ମାଲକାନଗିରିରୁ ୩୫, ମୟୁରଭଂଜରୁ ୧୦୯, ନବରଂଗପୁରରୁ ୨୦, ନୟାଗଡ଼ରୁ ୮୬, ନୂଆପଡ଼ାରୁ ୭, ପୁରୀରୁ ୧୩୮, ରାୟଗଡ଼ାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ ପୁଲ୍‌ରୁ ୧୧୯ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.