oom

କରାଟେ ସ୍କୁଲ ତରଫରୁ ବନ ମହୋତ୍ସବ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ଗଛ ବିନା ଆମେ ବଞ୍ଚିବା ଅସମ୍ଭବ । ଗଛ ନଷ୍ଟ କଲେ ପରିବେଶ ନଷ୍ଟ ହେବ । ମୃର୍ତ୍ତିକା କ୍ଷୟଠାରୁ ଆରମ୍ଭ କରି ଉତ୍ତାପ ବୃଦ୍ଧି, ପାଣି ପାଗର ଅନିୟମତା, ବନ୍ୟା, ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯୟ ବଢି ଚାଲିବ । ଏହି ସବୁ ପ୍ରକୃତିକ ଦୂର୍ବିପାକରୁ ପ୍ରାଣୀ ଜଗତକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି ହିଁ ଏକମାତ୍ର ବିକଳ୍ପ ବଲାଙ୍ଗିର କରାଟେ ସ୍କୁଲ ଦେଓଗାଁ ଶାଖା ତରଫରୁ ଦେଓଗାଁ ମିନିଷ୍ଟେଡିୟମ ଠାରେ ୭୨ତମ ବନମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଯୁଗଲ ବିଶ୍ୱାଲ ଯୋଗଦେଇ ମତ ପ୍ରକାଶ କରିଥିଲେ । ଦେଓଗାଁ ଶାଖାର ସଂଯୋଜକ ବଦ୍ରିନାଥ ହୋତାଙ୍କର ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡେଙ୍ଗ ବିଦ୍ୟାଳୟର ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ, ଫରେଷ୍ଟ ଗାର୍ଡ ବିପିନ ବିହାରୀ ଭୋଇ, ଡେଙ୍ଗ ବିଦ୍ୟାଳୟର ସ୍କାଉଟ ମାଷ୍ଟର ହିମାଂଶୁ ଶେଖର ବିଶ୍ୱାଲ ଯୋଗଦାନ କରିଥିଲେ । ପରେ ଦେଓଗାଁ ମିନିଷ୍ଟେଡିୟମ ଠାରେ ଜାମ୍ବୁ, ପଣସ, କୃଷ୍ଫଚୂଡା, ନିମ୍ବ, କନିୟର, କରଞ୍ଜ ପ୍ରଭୃତି ଗଛ ରୋପଣ କରାଯାଇଥିଲା । ଚାରା ବଡ ହେବା ପର୍ଯ୍ୟନ୍ତ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକତା ଅଛି ବୋଲି ଅତିଥିଗଣ ସୂଚାଇ ଦେଇଥିଲେ । କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ ନରେନ୍ଦ୍ର ବିଶ୍ୱାଲ, ଶରତ ଧରୁଆ, କନକ ବର୍ଦ୍ଧନ ବାରିକ, ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କରାଟେ ସ୍କୁଲ୍‌ର କୋଚ୍‌ ତଥା ସେଂଚୁରିୟନ୍‌ ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର୍‌ ଚନ୍ଦ୍ରଶେଖର ସେଠ କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.