csstore

ବ୍ଳକ ଘେରିଲା ବିଜେପି : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଳକ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମିର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଡାକରା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର କରିଥିବା ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମହାଦୂର୍ନିତୀର ମହାଖୁଲାସା ହେବା ପରେ ଆଜି ପାଟଣାଗଡ଼ ବ୍ଳକ ଘେରାଉ କରାଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ତରଣୀ ସୁନାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ବିଗତ ଦିନ ମାନଙ୍କରେ ହୋଇ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟନ୍ୱୟରେ ବ୍ୟାପକ ଭ୍ରଷ୍ଟାଚାର ଓ ଅନିୟମିତତା ବହୁ ଉଦାହରଣ ପାଟଣାଗଡ଼ ବ୍ଳକରେ ଅଛି ବୋଲି ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ଉପସ୍ଥାପନା ଭ୍ରଷ୍ଟାଚାରରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ରାଜ୍ୟ ସରକାର ତୁରନ୍ତ ଘର ଯୋଗାଇ ଦିଆଯାଉ ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବୀ କରିଥିଲେ । ଏହି ଘେରାଉରେ ବିଜେପି ଜିଲ୍ଲା ସଭାପତି ତଥା ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ, ଜୟନ୍ତ କୁମ୍ଭାର, କରମ ସିଂ ସରାଫ, ମନବୋଧ ବରିହା, ବଲ୍ଲଭ ପରୁଆ, ସୁବାଷ ବିଶ୍ଵାଳଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.