csstore

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ : ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ମହାମାରୀ ଥମିବାର ନାଁ ନେଉନ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଭାବରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ,ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ସାମଗ୍ରୀର ଦର ବୃଦ୍ଧି କରିବାରେ ଲାଗିଛନ୍ତି ଯାହା ଫଳରେ ସାଧାରଣ ଜନତା ତଥା ଖାଉଟିଙ୍କ ପାଇଁ ବେଡି ଉପରେ କରୋଡା ମାଡ଼ ସାଜିଛି । ତେବେ ଏହାର ପ୍ରତିବାଦରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ଡିଜେଲ, ପେଟ୍ରୋଲ ,ରନ୍ଧନ ଗ୍ୟାସ ତଥା ନିତ୍ୟ ବ୍ୟବହୃତ ସାମଗ୍ରୀର ତୁରନ୍ତ ଦରଦାମ ହ୍ରାସ କରାଯାଉ, ଧାନର ଦର ୨୯୩୦ ବୃଦ୍ଧି କରାଯାଉ, ଧାନ କିଣିବାର ଟୋକନ ଅବଧିକୁ ଜୁନ ୩୦ ପରିବର୍ତେ ଜୁଲାଇ ୨୫କୁ ବୃଦ୍ଧି କରିବା ସହ କଟନି ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଭଳି ଅନେକ ଦାବୀ କଂଗ୍ରେସ ଦଳ ପକ୍ଷରୁ କରାଯାଇଛି । ଅନ୍ୟପଟେ ବ୍ଳକରେ ଦିନକୁ ଦିନ ଦୃର୍ନୀତି ସୀମାରେଖା ମଧ୍ୟ ବଢି ଚାଲିଥିବା ବେଳେ ଏହାକୁ ନେଇ ବ୍ଳକ ପ୍ରଶାସନକୁ କଂଗ୍ରେସ ଦଳ ବର୍ଷି ଥିଲା । ଏଥିରେ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ସେନାପତି ମଲ୍ଲିକ, ଗଦାଧର ସାହୁ, ଟିଟିଲାଗଡ଼ ମିଡ଼ିଆ ସେଲ ସଂଯୋଜକ ସୁବ୍ରତ ବେହେରା, ଦୀପକ ଅଗ୍ରୱାଲ, ବୈକୁଣ୍ଠ ଭୋଇ,ପାଣ୍ଡବ ଭୋଇ, ସୁବ୍ରତ ପଟ୍ଟନାୟକ, ଜିତେନ୍ଦ୍ର ଜାଲ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ତେବେ ସଇଁନ୍ତଲା ପୁଲିସ ପକ୍ଷରୁ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ଲାଟୁନଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।

jayashree
Leave A Reply

Your email address will not be published.