ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ । ଏଥିରେ ୧୯ରୁ ୨୦ ଜଣ ନୂଆ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏଥିରେ ପୁରସ୍କୃତ ହୋଇପାରନ୍ତି କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବାଟ ଛାଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ଚିରାଗ ପାଶ୍ୱୱାନଙ୍କୁ ଚେକ୍ମେଟ୍ ଦେଇଥିବା ଲୋକ ଜନଶକ୍ତି ପାର୍ଟିର ପଶୁପତି ପାରଶ । ବିହାରରୁ ବିଜେପିର ସୁଶୀଲ ମୋଦିଙ୍କୁ ବି ସ୍ଥାନ ମିଳିପାରେ । ମହାରାଷ୍ଟ୍ର ନେତା ନାରାୟଣ ରାଣେ, ହୀନା ଗାବିତ, ପୁନମ ମହାଜନ ଓ ପ୍ରୀତମ ମୁଣ୍ଡେଙ୍କ ନାଁ ଚର୍ଚ୍ଚାରେ ରହିଛି । ରାଜସ୍ଥାନରୁ ଭୂପେନ୍ଦ୍ର ଯାଦବଙ୍କୁ ସଂପ୍ରସାରିତ କ୍ୟାବିନେଟ୍ରେ ସ୍ଥାନ ମିଳିପାରେ । ସମ୍ପ୍ରସାରଣରେ ଓଡ଼ିଶାରୁ କିଏ ପାଇବ ମନ୍ତ୍ରୀପଦ ନେଇ ବି ଚର୍ଚ୍ଚା ଜୋର ଧରିଥିବା ବେଳେ ପଶ୍ଚିମ ଓଡ଼ିଶାରୁ ଜୁଏଲ ଓରାମ, ସଂଗୀତା ସିଂହଦେଓ, ସୁରେଶ ପୂଜାରୀ କିମ୍ବା ଉପକୂଳ ଓଡିଶାରୁ ଅପରାଜିତା ଷଡ଼ଙ୍ଗୀ ଓ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି ଆଲୋଚନା ହେଉଛି । ସେଥିରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଅଧିକ ଚର୍ଚ୍ଚା ହେଉଛି ।
Prev Post