jayashree

କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୫.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୩୯,୭୯୬ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୪,୮୨,୦୭୧କୁ ହ୍ରାସ ପାଇଛି । ସକ୍ରିୟ ମାମଲା ମୋଟ ମାମଲାର ୧.୫୮ ପ୍ରତିଶତରେ ରହିଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୯୭,୦୦,୪୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୫୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କ୍ରମାଗତ ୫୩ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୭.୧୧ ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା ୨.୪୦ ପ୍ରତିଶତରେ ରହିଛି । ଦୈନିକ ପଜିଟିଭିଟି ହାର ୨.୬୧ ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ ୨୮ ଦିନ ମଧ୍ୟରେ ୫ ପ୍ରତିଶତରୁ କମ୍ ରହିଛି । ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୧.୯୭ କୋଟି ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.