csstore

୩ ଶହରୁ ଅଧିକ ଗାଈ ମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ

ଭୁବନେଶ୍ୱର, (ଲୋକନାଥ ଶଙ୍କର ସିଂହ) : ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଗ୍ରାମ ଦେଇ ଓଡିଶାକୁ ଗାଈ ଚଲାଣ କରାଯାଉଥିଲା । ୩ ଶହରୁ ଅଧିକ ଗାଇ ଝାରଖଣ୍ଡରୁ ଓଡିଶାକୁ ଚଲାଣ କରାଯାଉଥିଲା । ବିଶ୍ୱ ହିନ୍ଦୁ ରକ୍ଷା ବାହିନୀର ପ୍ରତିଷ୍ଠାତା ସନ୍ଦୀପ ମିଶ୍ରଙ୍କ ନେତୃତ୍ୱରେ ଏହାକୁ ସଫଳତା ପୂର୍ବକ ରୋକଯାଇଥିଲା । ବିଶ୍ୱ ହିନ୍ଦୁ ରକ୍ଷା ବାହିନୀ ଓଡିଶା ରାଜ୍ୟ ସଭାପତି ଲୋକନାଥ ଶଙ୍କର ସିଂହ ଏବଂ ବିଶ୍ୱ ହିନ୍ଦୁ ରକ୍ଷା ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଏବଂ ଗାଈ ମାନଙ୍କୁ ଦଲାଲଙ୍କ ଠାରୁ ରକ୍ଷା କରିବାରେ ସଫଳ ହୋଇଥିଲେ । ସଙ୍ଗେ ସଙ୍ଗେ ଗାଈ ମାନଙ୍କୁ ଛାଡି ଦିଆଗଲା ଏବଂ ଗ୍ରାମବାସୀଙ୍କ ଠାରୁ ପ୍ରମାଣ ପତ୍ର ନେବା ସହିତ ଗ୍ରାମବାସୀଙ୍କୁ ଗାଈର ଯତ୍ନ ନେବା, ଗାଈକୁ ବିକ୍ରୟ ନକରିବାକୁ ଏକ ଡକ୍ୟୁମେଣ୍ଟ ମଧ୍ୟ ନିଆଗଲା, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦଲାଲ ମାନଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ କହନ୍ତି, ଏହା ନୂଆ ଘଟଣା ନୁହେଁ, ଅନେକ ଥର ଏହିପରି ଚଲାଣ କରିବାକୁ ଚେଷ୍ଟା କରାଯାଉଛି । କିଛି ଲୋକଙ୍କର ଏହା ମଧ୍ୟ୍ୟ କହିଛନ୍ତି ଯେ ସେମାନଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା, ଏଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହା ସାଧାରଣରେ ପ୍ରଶ୍ନ ଯେ, ପୋଲିସ ପ୍ରଶାସନର ନିଦ କେବେ ଭାଙ୍ଗିବ ? ଏହି ନିରୀହ ଗାଈ ମାନଙ୍କୁ କେବେ ସୁରକ୍ଷା ଦିଆଯିବ ? ଏହା ଦେଖିବାକୁ ବାକି ରହିଲା ।

jayashree
Leave A Reply

Your email address will not be published.