oom

ଡେଙ୍ଗ ବିଦ୍ୟାଳୟରେ ବନ ମହୋତ୍ସବ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଅମରାବତୀ ଇକୋ କ୍ଲବ ଆନୁକ୍ୟଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସଇଁନ୍ତଲା ଫରେଷ୍ଟର ଆଶୁୁତୋଷ ମହାକୁର ସମ୍ମାନୀତ ଅତିଥି ଭାବରେ କଣ୍ଟାବାଞ୍ଜି ସ୍ଥିତ ଚଟୁଅନ୍‌କା ସ୍କୁୁଲର ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନ୍‌ସେଲର ବିରଞ୍ଚିନାରାୟଣ ଦାଶ, ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁୁଳମଣୀ ଯୋଶୀ, ସାଲେଭଟା ପ୍ରାଥମିକ ବିଦ୍ୟାଳୟର ଦୁର୍ଯ୍ୟୋଧନ ପଶାୟତ, ସିଆରସିସି ଅଗସ୍ତି ଦୀପ, ଫରେଷ୍ଟ ଗାର୍ଡ ସତ୍ୟାନନ୍ଦ ପଧାନ, ମିନାକ୍ଷୀ ପାତ୍ର, ସେଞ୍ଚୁରିଅନ ପବ୍ଲିକ ସ୍କୁଲର କାଉନ୍‌ସେଲର ଚନ୍ଦ୍ରଶେଖର ସେଠ ଯୋଗଦାନ ଦେଇଥିଲେ । ଗଛ ଲଗାଇ ଆମେ ଆମ ଗାଁ, ଆମ ପଞ୍ଚାୟତ, ଆମ ବ୍ଲକ, ଆମ ଜିଲ୍ଲା, ଆମ ରାଜ୍ୟ ତଥା ଦେଶକୁ ସବୁଜ ସୁନ୍ଦର କରିପାରିବା ସେଥିପାଇଁ ଆମକୁ ସବୁଜ ସେନା ଭାବରେ କାମ କରିିବାକୁ ପଡିବ । ଗଛ ଲଗାଇବା ସହିତ ତାକୁ ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅମୃତଭଣ୍ଡା, ସଜନା, ଲେମ୍ବୁ, ପଣସ ଓ ବିଦ୍ୟାୟ ଖେଳ ପଡିଆ ଚର୍ତୁପାଶ୍ୱରେ ଲିମ୍ବ, କୃଷ୍ଣଚୁଡା, ରାଧାଚୁଡା, କୁସଙ୍ଗ, ଅଁଳା ଆଦି ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବ୍ରଜମୋହନ ମାଝି, ହିମାଂଶୁ ଶେଖର ବିଶ୍ୱାଳ, ଲିଙ୍ଗରାଜ ନନ୍ଦ, ଶିକ୍ଷୟତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଗାୟତ୍ରୀ ବାରିକ, ଭାରତୀ ପଧାନ, ଯଶୋବନ୍ତି ସୁନା, ପୂର୍ବତନ ଛାତ୍ର ମୋତିଲଲା ବକୁଲ, ସୋନୁ ରଣା ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଆଦିତ୍ୟ ରଣା ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.