csstore

କଣ୍ଟାବାଞ୍ଜି ବିଧାୟକଙ୍କ କପିଲାଭଟା ପଂଚାୟତ ଗସ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗସ୍ତ କରି ଲୋକ ମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝିଛନ୍ତି । ପ୍ରଥମେ ବରତୁଣ୍ଡା, ସନ୍ଧିସର, ଅଶୁର୍ଲା, କପିଲାଭଟା ଗାଁ କୁ ପହଂଚି ଗାଁଗୁଡିକରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ ସବୁ ବୁଝିଥିଲେ । ଲୋକେ ରାସନ କାର୍ଡ, ଭତ୍ତା ସହ ଗାଁଗୁଡିକର ବିଭିନ୍ନ୍‌ ସମସ୍ୟା ବିଧାୟକକୁ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକଙ୍କୁ ଗ୍ରାମବାସୀ ନିଜ ସମସ୍ୟା ଜଣାଇଥିଲେ । ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । କପିଲାଭଟାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନ କରିବା, କପିଲାଭଟାରେ ଓଭରହେଡ୍‌ ଟ୍ୟାଙ୍କ ଯୋଗେ ଜଳ ଯୋଗାଣ କରିବା, ଅଶୁର୍ଲା ପିୟୁପିଏସ୍‌କୁ ଅନ୍ୟ ଏକ ସ୍ଥାନରେ ସ୍କୁଲକୁ ସ୍ଥାନନ୍ତର କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ତାଙ୍କ ଗସ୍ତ ବେଳେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ କୁମାର ଯୋଶୀ, ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, ବ୍ଲକ କଂଗ୍ରେସ କମିଟୀର ସଭାପତି ଗୁରୁଚରଣ ବେହେରା, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ଉତ୍ତର ତାଣ୍ଡି, ଦୁର୍ଦ୍ଦକ୍ଷ ହଂସ, ଦେବରାଜ ମହାନନ୍ଦ, ସମିତି ସଭ୍ୟ ହିମାଦ୍ରି ତାଣ୍ଡି, ନେହେରୁ ପୁଟେଲ, ସୁଶାନ୍ତ କୁମାର ବିଶିଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.