ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ନେତୃତ୍ୱରେ ବରଗଡ ବିକାଶ ହସ୍ପିଟାଲ ଛକ(ଅଟଳ ଛକ) ଠାରେ ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ କୃଷକ ମୋର୍ଚ୍ଚା ପକ୍ଷରୁ ବରଗଡରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ବରଗଡ଼ ଅଟଳ ଛକଠାରେ ଦଳ ପକ୍ଷରୁ ଦୁଇଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଏହି ଆନ୍ଦୋଳନ ଅବସରରେ ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଥିଲା କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଆସନ୍ତାକାଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ, ବରିଷ୍ଠ ବିଜେପି ନେତା ସୁଶାନ୍ତ ମିଶ୍ର, ସନତ ଗଡ଼ତିଆ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ କିଶୋର ଭୋଇ, ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ରବି ଦାସ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନ ପଟେଲ, ଶାନ୍ତନୁ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଭୋଜରାଜ ସାହୁ, କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଆନନ୍ଦ ସାହୁ, କୃଷକ ମୋର୍ଚ୍ଚା ସମ୍ପାଦକ ଶତ୍ରୁଘନ ସାହୁ, ରଞ୍ଜନ ସାହୁ, ଦେବାର୍ଚ୍ଚନ ସାହୁ, ସର୍ଜନ ଦଣ୍ତସନା, ବରତୁଣ୍ତା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ଚନ୍ଦ୍ରମଣି ପାଣ୍ଡେ, ଶରତ ବିଶି, ରାଜେନ୍ଦ୍ର ସେଠ ଓ ବିକ୍ରମ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।