
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୋଲିସ ଅଧିକାରୀ ପୂର୍ବତନ କଂଟାବାଂଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ସଂକ୍ରମଣରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ସ୍ୱର୍ଗବାସ ହୋଇଛନ୍ତି । ତାଙ୍କ ମର ଶରୀରକୁ ବିଶାଖାପାଟଣାରୁ ବଲାଙ୍ଗିର ଆଣିଲା ପରେ ଗୁରୁବାର ଦିନ ଶବ ଶକ୍ରାର କରାଯାଇଛି । ତାଙ୍କ ବିୟୋଗରେ ଓଡିଶା ପୋଲିସ ତଥା ବଲାଙ୍ଗିର ଜିଲ୍ଲାର ଜଣେ କର୍ମନିଷ୍ଠ ବଳିଷ୍ଠ ଅଧିକାରୀଙ୍କୁ ହରେଇ ଥିବା ନେଇ କଂଟାବାଂଜି ତଥା ସାରା ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଶୋକସଭା ଏବଂ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଛି । ଏହି ପରିପ୍ରେକ୍ଷୀରେ ସାବାଂଦିକ ସଂଘ, କଂଟାବାଂଜି ମଧ୍ୟ ଜରୁରୀ ବୈଠକ ଡାକି ଆଜି ସଂଧ୍ୟାରେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳାରେ ଏକ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମର ସଦଗତି ପାଇଁ ପ୍ରାର୍ଥନା କରିଛି । ସଂଘର ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ନୀରବ ପ୍ରାର୍ଥନା ସଭାରେ ସ୍ଥାନୀୟ ଏସଡିପିଓ ସରୋଜ କୁମାର ମହାପାତ୍ର ଉପସ୍ଥିତ ରହି ନିଜର କୋହଭରା ସ୍ୱରରେ ସ୍ୱର୍ଗତ କରକରାଙ୍କ ଚାକିରୀ ଜୀବନର ଆଦର୍ଶ ଉପରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡଂ. ସଂଜୟ କୁମାର ମିଶ୍ର, ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଶିବ ଶଙ୍କର ବାଗ, ବିମଳ ଦାଶ, କୃତିକର ବାଗ, ଶେଖ ସମିମ, ମୋହନ ସୋନି, ବିନୋଦ ବେହେରା, କାହ୍ନୁ ଚରଣ ମିଶ୍ର, ଅନ୍ତିମ ପାଣିଗ୍ରାହୀ, ରଘୁନାଥ ଦାଶ ସହ ଅନ୍ୟମାନେ ଉପସ୍ଥିତ ରହି କରକରାଙ୍କ କଂଟାବାଂଜିରେ ଆଇଆଇସି ଥିବା ସମୟର କର୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି । ସଭା ଶେଷରେ ସଂଘର ସଂପାଦକ ଗୁରୁଦୟାଲ ହଂସ ସ୍ୱଗତ କର୍କରାଙ୍କ ଦାୟିତ୍ୱଚର୍ଯ୍ୟା ଉପରେ କହି ସଭା ସାଙ୍ଗ କରିଥିଲେ ।