jayashree

ଦିବଙ୍ଗତ ଯୁବ ସାମ୍ବାଦିକ ଦିପକଙ୍କ ବିୟୋଗରେ ପ୍ରଭାତ କ୍ଲବର ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ବ୍ଲକର ଯୁବ ସାମ୍ବାଦିକ ଦୀପକ ମିଶ୍ର(୩୭)ଙ୍କ ଅକାଳ ବିୟୋଗରେ ଆଜି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ ପକ୍ଷରୁ ଶୋକସଭା ପାଳିତ ହୋଇଯାଇଛି । କୋଭିଡ୍‌ ନୟମାନୁଯାଇ ଏଥିରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ଦିବଙ୍ଗତ ଯୁବ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦିପକ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ ଓ ସରଳ ହୃଦୟ ବ୍ୟକ୍ତିତ୍ୱ ଥିଲେ ଏହି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ତାଙ୍କ ଅକାଳ ବିୟୋଗରେ ସମଗ୍ର ଡେଲାଙ୍ଗ ଅଂଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ଡେଲାଙ୍ଗ ଅଂଚଳ ଜଣେ ଯୁବ ସାମ୍ବାଦିକକୁ ହରାଇଛି ବୋଲି ଉପସ୍ଥିତ ସଦସ୍ୟମାନେ କହିଥିଲେ । ଏଥିରେ କ୍ଲବର ଉପଦେଷ୍ଠା ପ୍ରଦୀପ୍ତ କୁମାର ସ୍ୱାଇଁ ସମ୍ପାଦକ ପଦ୍ମନାଭ ବରାଳ, ସହସମ୍ପାଦକ ବ୍ରହ୍ମାନନ୍ଦ ପରିଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ସଭ୍ୟ ରତ୍ନାକର ଜେନା, ଗଣେଷ ସ୍ୱାଇଁ, ଗର୍ଦ୍ଧବ ପ୍ରଧାନ, ପ୍ରତାପ ଚନ୍ଦ୍ର ଦାଶ, ପୁର୍ଣ୍ଣଚନ୍ଦ୍ର ପରିଡା, ହୃଷିକେଶ ମହାରଣା, ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ଦାଶ ଓ ଅନନ୍ତ ବିସ୍ୱାଳ ପ୍ରମୁଖ ସାମିଲ ହୋଇ ଦିବଙ୍ଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.